ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅପର୍ତିବିନ୍ଧା ନିୟୁକୋଲନୀ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ ସୁବାସିନୀ ନାୟକଙ୍କର ମଧ୍ୟମା କନ୍ୟା ସୁଶ୍ରୀ ଶ୍ୱେତାଶ୍ରୀ ମହାପାତ୍ର ଚଳିତବର୍ଷ ୨୦୨୪ ଓଡ଼ିଶା ପ୍ରଶାସନିକ ସେବା ଓ.ଏ.ଏସ୍. ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଭଭୟକ ତଥା ତାଙ୍କ ଜନ୍ମମାଟି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଉରୁଣିଆ ଗ୍ରାମପାଇଁ ଗର୍ବ ଓ ଗୌରବ ଆଣିଦେଇଥିବାରୁ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ତାଙ୍କୁ ତା. ୨୮.୧୦.୨୦୨୪ ରିଖ ସୋମବାର ଦିନ ମାନପତ୍ର, ଫୁଲତୋଡ଼ା ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ଶ୍ୱେତାଶ୍ରୀଙ୍କ ଜ୍ୟେଷ୍ଠାଭଗ୍ନୀ ସୌମ୍ୟାଶ୍ରୀ ଜଣେ ମେଡିକାଲ ଅଫିସର ଓ କନିଷ୍ଠ ଭ୍ରାତା ଭବାନୀ ଶଙ୍କର ଜଣେ ଆଇ.ଆଇ.ଟି ଇଂଜିନିୟର । ଗୋଟିଏ ବୃନ୍ତରେ ତିନିଗୋଟି ସୁବାସିତ ପୁଷ୍ପ ଏମାନେ । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶ୍ୱେତାଶ୍ରୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତି, ଉପସଭାପତି ହରମୋହନ କୁଅଁର, ସହ ସଂପାଦକ ଅଜିତ୍ କୁମାର ନାୟକ ଓ କରୁଣାକର ଉପାଧ୍ୟାୟ, ସଭ୍ୟ କୌଳାସ ଚନ୍ଦ୍ର ପଣ୍ଡା, ଯୁଧିଷ୍ଠିର ବାରିକ୍, ଅରବିନ୍ଦ ବସନ୍ତରାୟ, ଚନ୍ଦ୍ରମୋହନ ମହାନ୍ତି ଉପସ୍ଥିତ ରହି ଶ୍ୱେତାଶ୍ରୀଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ପିତାମାତା ଓ ଗୁରୁଜନ ମାନଙ୍କର ଆଶୀର୍ବାଦ ଥିଲେ ଭାରତୀୟ ପ୍ରଶାସନିକ ସେବାରେ ଦିନେ କୃତିତ୍ୱ ଲାଭ କରିପାରିବେ ବୋଲି ଗଭୀର ଆତ୍ମବିଶ୍ୱାସର ସହିତ କ୍ଷୁଦ୍ର ବକ୍ତବ୍ୟଟିଏ ଉପସ୍ଥାପନ କରି କହିଥିଲେ ଶ୍ୱେତାଶ୍ରୀ । କଠିନ ପରିଶ୍ରମ କେବେ ବିଫଳ ହୁଏ ନାହିଁ ବୋଲି ଶ୍ୱେତାଶ୍ରୀଙ୍କ ସାନଭାଇ ଭବାନୀ ଶଙ୍କର କହିବା ଅବସରରେ ଉପସ୍ଥିତ ଗୁରୁଜନ ମାନଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ପିତା ମୁକ୍ତିକାନ୍ତ ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୨୦୨୪ ଓ.ଏ.ଏସ୍. ଟପ୍ର ଶ୍ୱେତାଶ୍ରୀଙ୍କୁ ଭବ୍ୟ...