Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ୩୫ତମ ବାର୍ଷିକ ସମାବେଶ

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ୩୫ତମ ବାର୍ଷିକ ସମାବେଶ

0

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ୩୫ତମ ବାର୍ଷିକ ସମାବେଶ ସ୍ଥାନୀୟ ବାଗୁରାଇସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମାବେଶରେ ଜିଲ୍ଲାର ବହୁ ସଂଖ୍ୟକ ଅବସରପ୍ରାପ୍ତ ସୈନିକ ସହ ତାଙ୍କ ପରିବାରସଦସ୍ୟମାନେ ଯୋଗଦେଇଥିଲେ। ସମାବେଶର ସଭା ସଂଚାଳନ ଉପଦେଷ୍ଟା ମହେଶ୍ୱର ଦୀକ୍ଷିତ କରିଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ଅମର ଜ୍ୟୋତିରେ ପୁଷ୍ପାର୍ପଣ କରି ସହିଦ ସୈନିକମାନଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସମାବେଶର ଉଦଘାଟନ କରିଥିଲେ। ଓଡ଼ିଶା ଭେଟେରାନ ସଂଘର ସାଧାରଣ ସମ୍ପାଦକ ବିଦ୍ୟାଧର ନାୟକ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ଅବସରପ୍ରାପ୍ତ ସୈନିକମାନଙ୍କ ସମସ୍ୟା, ସୁବିଧା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଗଭୀର ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ରବୀନ୍ଦ୍ର ସାହୁ ଓ ଓଇଂ କମାଣ୍ଡର ଦେବଯୋତି ତ୍ରୀପାଠୀ ଯୋଗଦେଇଥିଲେ। ସଭାର ସଂଘର ସାଧାରଣ ସମ୍ପାଦକ ଅଶୋକ ପାତ୍ର ସମସ୍ତ ପୂର୍ବତନ ସେନା ସଦସ୍ୟଙ୍କୁ ସ୍ୱାଗତ କରିବା ସହ ବାର୍ଷିକ ବିବରଣୀ ପାଠ କରି ସଂଘର ବିଭିନ୍ନ କାର୍ଯ୍ୟକଳାପ ଉପସ୍ଥାପନ କରିଥିଲେ। ଭାରତୀୟ ଥଳ, ଜଳ ଓ ବାୟୁ ସେନାର ଅବସରପ୍ରାପ୍ତ ଅଧିକାରୀମାନେ ସମାବେଶରେ ଯୋଗଦେଇ ସଂଘ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟ ଓ ସୈନିକମାନଙ୍କ ସମସ୍ୟା ଉପରେ ମତବ୍ୟକ୍ତ କରି “ଭାରତୀୟ ଜବାନ ଅବସର ନେଲେ ମଧ୍ୟ କର୍ତବ୍ୟବୋଧରୁ କେବେ ବି ଦୂରେଇ ଯାଆନ୍ତିନାହିଁ” ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ବିଧାୟକ ସିତାଂଶୁ ଶେଖର ମହାପାତ୍ର ସୈନିକମାନଙ୍କ ପାଇଁ ଏକ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୦ ଲକ୍ଷ ଟଙ୍କା କରି ୩ ବର୍ଷରେ ମୋଟ ୩୦ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ। ସମାବେଶ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଚନ୍ଦା ଖାନ, ପ୍ରମୋଦ କୁମାର ପତ୍ରୀ, ଗୟାଧର ମାଝୀ, ଦେବାଶିଷ ରାୟ, ସମାଜସେବୀ ମଧୁସ୍ମିତା ଧୂପାଳ, ପ୍ରଦୀପ ପଣ୍ଡା ଓ କଣ୍ଠଶିଳ୍ପୀ କୁମାର ଗୌତମଙ୍କୁ ସଂଘ ପକ୍ଷରୁ ସମ୍ବର୍ôଧତ କରାଯାଇଥିଲା। ମୁକ୍ତିକାନ୍ତ ବ୍ରହ୍ମଚାରୀ, ଉତମ ଦାସ, ହେମନ୍ତ ମଲ୍ଲିକ, ବିରଂଚି ମହାରଣା, ହୃଷୀକେଶ ଷଡ଼ଙ୍ଗୀ, ଏମ.କେ. ମଣ୍ଡଳ, ରତିକାନ୍ତ ନାୟକ ଓ ଅନ୍ୟମାନେ ସଭା ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ସଂଘର ସଭାପତି ରୋହିତ ରାୟ ଧନ୍ୟବାଦ ଅର୍ପଣ କରି ସମାବେଶର ସମାପ୍ତି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.