ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ସତସଙ୍ଗ ମହୋତ୍ସବ ‘ଧୃତି ସନ୍ଦିପନା ‘ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ର ଶୁଭ ୧୩୮ ତମ ଆବିର୍ଭାବ ମହୋତ୍ସବ ବିପୁଳ ସମାବେଶ ରେ ଆଡମ୍ବର ସହକାରେ ପାଳନ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମୀ ବୈଠକ ଭଦ୍ରକ ସତସଙ୍ଗ ବିହାର ଠାରେ ଅନୁଷ୍ଠିତ ହୋଇଯାଇଅଛି। ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଶୁଭ ଆଶୀର୍ବାଦ ତଥା ପୂଜ୍ୟପାଦ ଶ୍ରୀ ଶ୍ରୀ ଅବୀନ୍ ଦାଦା ଙ୍କ ଐଶୀ ପ୍ରେରଣା କୁ ପାଥେୟ କରି ଆସନ୍ତା ଜାନୁୟାରୀ ମାସ ୨୫ତାରିଖ (ରବିବାର) ଦିବସ ବ୍ୟାପି ଉକ୍ତ ଉତ୍ସବ ପାଳିତ ହେବାକୁ ଯାଉଛି।ଉକ୍ତ ଉତ୍ସବ ଭଦ୍ରକ ଜିଲ୍ଲାର ସାତଟି ବ୍ଲକ ବନ୍ତ୍,ଭଦ୍ରକ, ଭଣ୍ଡାରି ପୋଖରୀ,ଧାମନଗର, ତିହିଡ଼ି,ବାସୁଦେବପୁର ଓ ଚାନ୍ଦବାଲି ର ପ୍ରତି ପଂଚାୟତ ର ଗୁରୁ ଭାଇ ,ମାଆ ଓ ସତ୍ ସଙ୍ଗ ପ୍ରେମୀ ଜନ ସାଧାରଣଙ୍କ ପ୍ରାୟ ୨୦/୩୦ ହଜାର ଲୋକଙ୍କ ସମାବେଶରେ। ଭଦ୍ରକ ଆରଡ଼ି ରାସ୍ତାର,ମା’ ସାତଭଉଣୀ ମନ୍ଦିର ନିକଟସ୍ଥ ଖେଳ ପଡ଼ିଆରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଦେଇ ଉକ୍ତ ଉତ୍ସବ ପାଳିତ ହେବ।ଉତ୍ସବ କମିଟି ର କର୍ମ କର୍ତା ଗଣ ବିଶେଷ କରି ସ.ପ୍ର. ସର୍ବଶ୍ରୀ ଶିବାଜୀ ମହାନ୍ତି, ମହେଶ୍ୱର ନାୟକ,ନବକିଶୋର ପତି, ଚକ୍ରଧର ବନ୍ଧ,ଭାରତ ଭୁଷଣ ଦାଶ,ଅଭିମନ୍ୟୁ ଖଟୁଆ, ସୁଭାଷ ଚନ୍ଦ୍ର ଦାସ ଇତ୍ୟାଦି ଜଣାଇଛନ୍ତି ଯେ ଉକ୍ତ ମହୋତ୍ସବ ରେ ଜନ କଲ୍ୟାଣ କର ବିଭିନ୍ନ କାର୍ଯ୍ୟ କ୍ରମ ମଧ୍ୟରେ ପ୍ରତ୍ୟୁଷରେ ବେଦ ମାଙ୍ଗଳିକ, ଉଷା କୀର୍ତନ, ବିନତୀ ପ୍ରାର୍ଥନା, ସଦ୍ ଗ୍ରନ୍ଥ ପାଠ, ଭକ୍ତି ସଙ୍ଗିତାଞ୍ଜଳି, ସକ୍ରିୟ ଯୁବ ଗୁରୁଭାଇ ମାନଙ୍କ ଦ୍ୱାରା ଯାଜନ, ବିନା ଦେୟ ରେ ଡାକ୍ତରୀ ପରୀକ୍ଷା ଓ ପରାମର୍ଶ, ଅଭିଜ୍ଞ ବିଦ୍ୱାନ ବୁଦ୍ଧିଜୀବି ମାନଙ୍କ ଦ୍ୱାରା ଶିକ୍ଷିତ ଯୁବ ଭାଇ ମାନଙ୍କୁ ଜୀବିକା ସମ୍ପର୍କୀୟ ପରାମର୍ଶ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଇତ୍ୟାଦି ମାଧ୍ୟମ ରେ ମହୋତ୍ସବ ଟିକୁ (ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଯେପରି ଚାହାନ୍ତି ସଫଳ କରିବା ପାଇଁ ,ଶ୍ରୀ ଶ୍ରୀଠାକୁରଙ୍କରଦୟା, କରୁଣା ଓ ଆଶୀର୍ବାଦ କୁ ପାଥେୟ କରି ପ୍ରସ୍ତୁତି ଚାଲିଛି। ବିଶେଷ କରି ଜିଲ୍ଲାର ଯୁବ ଗୁରୁ ଭାଇ ଓ ମା’ ମାନେ କମିଟି ର ପରାମର୍ଶ କ୍ରମେ ଦିବା ରାତ୍ରୀ ପରିଶ୍ରମ ଜାରି ରଖିଛନ୍ତି। ଉକ୍ତ ମହାନ ମହୋତ୍ସବ ର ଉଦ୍ଦେଶ୍ୟ ଜଣ ମଙ୍ଗଳ। ବ୍ୟକ୍ତି ଜୀବନ ଠାରୁ ରାଷ୍ଟ୍ର ଜୀବନ ,ସବୁଠି ଅଶାନ୍ତିର ବାତାବରଣ। ଶାନ୍ତି ନାହିଁ,ସ୍ୱସ୍ତି ନାହିଁ। ସଂଗତି ନାହିଁ,ପ୍ରୀତି ପ୍ରତ୍ୟାଶା ନାହିଁ। ଜୀବନ ଦୁର୍ବିସହ ହେଇ ଉଠିଛି। ଏ ସମସ୍ତ ସମସ୍ୟାର ର ସମାଧାନ କରି ଗୋଟାଏ ସୁସ୍ଥ ଜୀବନ ର ପଥ ଉନ୍ମୁକ୍ତ କରିବ ଏଇ ମହୋତ୍ସବ,ଆଶାହତ ପ୍ରାଣରେ ଆଶା ସଂଚାର କରି ,ଜୀବନ ବର୍ଦ୍ଧନ ପଥରେ କିପରି ଚାଲିବାକୁ ହେବ ଶିକ୍ଷାଦେବ ଏ ମହୋତ୍ସବ। ପରମଦୟାଲ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚଦ୍ରଙ୍କର ଏହି ମହୋତ୍ସବର ମହାନ ଉଦ୍ଦେଶ୍ୟ ପଶ୍ରେୟ ସୃଜନୀ ସଂଗତି ଓ ସମାବେଶ। ତେଣୁ,କମିଟିର କର୍ମ କର୍ତା ଗଣ ସାଦରେ ନିମନ୍ତ୍ରଣ ଜଣାଉଛନ୍ତି,ସମସ୍ତ କର୍ମୀ,ଗୁରୁଭାଇ,ମାଆ ଏବଂ ଜନଗଣ ଉକ୍ତ ମହାନ୍ ଉତ୍ସବ ରେ ବହୁ ସଂଖ୍ୟାରେ ଯୋଗ ଦାନ କରି ,ଆଧ୍ୟାତ୍ମିକ ପରିବେଶରେ ଈଶ୍ୱର ଙ୍କ କୃପା ଲାଭ କରି ପରିବାର ପରିବେଶରେ ସୁଖ ଶାନ୍ତି ଆନନ୍ଦରେ ସହାବସ୍ଥାନ କରନ୍ତୁ।ସୁସ୍ଥ ନିରାମୟ ଜୀବନ ର ଅଧିକାରୀ ହୁଅନ୍ତୁ। ସର୍ବୋପରି ଜିଲ୍ଲାର ସମସ୍ତ କର୍ମୀ,ଉଦ୍ଗାତା,ଗୁରୁଭାଇ ଓ ମା’ ମାନେ ତନୁ, ମନ ଧନ ଦେଇ ଉକ୍ତ ମହୋତ୍ସବ କୁ ସଫଳ କରି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କୁ ଖୁସି କରିବାକୁ ସତତ ପ୍ରୟାସୀ ହୋଇ ଏହି ମହାନ୍ ଆଧ୍ୟାତ୍ମିକ କର୍ମ ଯଜ୍ଞରେ ସାମିଲ ହେବାକୁ ବିଶେଷ ଅନୁରୋଧ ଜଣାଇଛନ୍ତି ।








