Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାସ୍ତରୀୟ ଏକ ଦେଶ ଏକ ନିର୍ବାଚନ ସମ୍ମିଳନୀ ଆୟୋଜିତ

ଭଦ୍ରକ ଜିଲ୍ଲାସ୍ତରୀୟ ଏକ ଦେଶ ଏକ ନିର୍ବାଚନ ସମ୍ମିଳନୀ ଆୟୋଜିତ

20

ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତି ପାଂଚବର୍ଷ ରେ ଥରେ ସାଧାରଣ ନିର୍ବାଚନ ସମୟରେ ଲୋକସଭା ନିର୍ବାଚନ ସହ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ହେଲେ ଦେଶ ଅଯଥା ସମୟ ଓ ଖର୍ଚ୍ଚର ଅପଚୟ କୁ ରୋକି ପାରିବ। ବାରମ୍ବାର ନିର୍ବାଚନ ହେବାଦ୍ୱାରା ପ୍ରଶାସନିକ କଳ ଏବଂ ଅର୍ଦ୍ଧ ସାମରିକ ବଳର ଅଯଥା ବ୍ୟବହାର କୁ ମଧ୍ୟ ରୋକାଯାଇ ପାରିବ। ଏହାଛଡା ବାରମ୍ବାର ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁହେବା ଦ୍ୱାରା ଦେଶର ବିକାଶ ମୂଳକ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଯାହା ଏକକାଳୀନ ନିର୍ବାଚନ ଦ୍ୱାରା ଯଥାରୀତି ତ୍ୱରାନ୍ୱିତ ହୋଇପାରିବ। ତେଣୁ ଭାରତ ସରକାର ଏହାକୁ ଲାଗୁ କଲେ ଦେଶ ପାଇଁ ସବୁ ଦୃଷ୍ଟିରୁ ଭଲ ହେବ ବୋଲି ଭଦ୍ରକ ଜିଲ୍ଲା ସ୍ତରୀୟ ଏକ ଦେଶ ଏକ ନିର୍ବାଚନ ସମ୍ମିଳନୀ ଓ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଛି। ସ୍ଥାନୀୟ ସହିତ ସ୍ମୃତି ଭବନରେ ଭାଜପା ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମ୍ମିଳନୀରେ ବକ୍ତାଭୋ୍ୱ ଭୁବନେଶ୍ୱର ର ୍ୱରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି, ଭଦ୍ରକ ସାପ୍ସସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଏକଦେଶ ଏକ ନିର୍ବାଚନ ରାଜ୍ୟ ଟୋଲି ସଦସ୍ୟା ପ୍ରତିଭା ମୟୀ ପାଣି, ବାସୁଦେବପୁର ବିଧାନସଭା ନେତା ବାଣୀ କଲ୍ୟାଣ ମହାନ୍ତି, ଭଣ୍ଡାରୀପୋଖରୀ ବିଧାନସଭା ନେତା ସୁଧାଂଶୁ ନାୟକ, ବିଜେପି ନେତା ଅଜୟ ନାୟକ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଏକ ଦେଶ ଏକ ନିର୍ବାଚନ ଓଡ଼ିଶା ରାଜ୍ୟ ଟୋଲି ସଦସ୍ୟ ତଥା ଏହି ଅଭିଯାନର ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ସପ୍ସଯୋଜକ ରାଜ୍ୟ ପ୍ରବକ୍ତା ପତଞ୍ଜଳି କର ଶର୍ମା ସମ୍ମିଳନୀ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚାରି ଶହରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ, ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତା ଏହି ଅଭିଯାନରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.