Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କଲେ ମହାମହିମ ରାଜ୍ୟପାଳ

ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କଲେ ମହାମହିମ ରାଜ୍ୟପାଳ

20

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମହିମ ରାଜ୍ୟପାଳ ଡ.ହରି ବାବୁ କମ୍ଭମପତିି ଆଜି ଦିବା ୧୦.୦୦ ଘଟିକା ସମୟରେ ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହ ଠାରେ ଭଦ୍ରକ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିବା ଲାଗି ପହଂଚିଥିଲେ । ଆସିବାର ସମୟର ପ୍ରାୟ ଅଧଘଂଟା ପୂର୍ବରୁ ମହାମହିମ ରାଜ୍ୟପାଳ ଭଦ୍ରକ ଜିଲ୍ଲାର ପ୍ରଥମ ଗ୍ରସ୍ତରେ ନୂତନ ସର୍କିଟ ହାଉସ ଠାରେ ପହଚିଥିଲେ । ଏବଂ ପହଂଚିଲା ପରେ ତାଙ୍କସହ ଉଚଶିକ୍ଷା, କ୍ରିଡା ଓ ଯୁବସେବା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପହଂଚିଥିଲେ । ଏହା ପରେ ପରେ ଘ୧୦.୧୫ ମି ସମୟରେ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ସହିତ ଆଲୋଚନା କରିଥିଲେ । ଏହି ସମୟରେ ପୂର୍ବାଂଚଳ ଡି. ଆଇ.ଜି ଡ. ସତ୍ୟଜିତ ନାୟକ, ଜିଲ୍ଲାପାଳ ଦିଲୀପ ରାଉତରାଏ, ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ରାଜସ୍ୱ), ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ (ସାଧାରଣ), ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି ଓ ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ଉପସ୍ଥିତ ଥିଲେ । ଏହାପରେ ଘ୧୦.୩୦ ମି ସମୟରେ ମହାମହିମ ରାଜ୍ୟପାଳ ନୂତନ ସର୍କିଟ ହାଉସରୁ ବନ୍ତ ବ୍ଲକର କାଦବରାଙ୍ଗ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପହଂଚିବା ପରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି ଗୁଡିକ ଯଥା : ବାବା ଧବେଳେଶ୍ୱର ମହିଳା ମହାସଂଘ, ବାବା ଧବେଳେଶ୍ୱର ପଂଚୟତ ମହିଳା ମହାସଂଘ, ସୋନାକ୍ସି ମୁଢି କେନ୍ଦ୍ର, ଗୀତାଞ୍ଜଳୀ ସିଲାଇ ପିଜି ଓ ମହାଲକ୍ଷ୍ମୀ ଡାଲି ପିଜି ଆଦି ମିଶନ ଶକ୍ତି ଦ୍ୱାରା ପରିଚାଳିତ ସଂସ୍ଥା ଗୁଡିକୁ ବୁଲି ଦେଖିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଅର୍ଥନୈତିକ କ୍ଷେତ୍ରରେ ସ୍ୱାବଲମ୍ବୀହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗ୍ରହୀ ବୋଲି ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ବାବା ଧବଳେଶ୍ୱର ଉପାସ୍ତିତ ସମସ୍ତ ସ୍ୱୟଂସହାୟକ ଗୋଷ୍ଠିକୁ କହିଥିଲେ । ଏହା ପରେ ମହାମହିମ ରାଜ୍ୟପାଳ ଉକ୍ତ ପଂଚାୟତର ଶିଳ୍ପାଂଚଳ ପାର୍କ ଅଭିମୁଖେ ଦିବା ଘ ୧୧.୦୦ ରେ ପହଂଚିବା ପରେ ମୁଖ୍ୟ ଫାଟକ ନିକଟରେ ଶତାଧିକ ମହିଳା ତାଙ୍କୁ ସ୍ୱାଗତ କରିଥିଲେ। ପରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସ୍କୁଲ ୟୁନିଫର୍ମ, ତ୍ରିରଙ୍ଗା ପତାକା, ଝୋଟ ବ୍ୟାଗ, ଶିଶୁଙ୍କ ଖେଲଣା କଣ୍ଢେଇ, ମୁଢି, ଅଟା, ମାଣ୍ଡିଆ, ପେପର ପ୍ଲେଟ, ଝୋଟ ଥାଳି ଓ ଲ୍ୟାପଟପ ବ୍ୟାଗ ଆଦି ପ୍ରସ୍ତୁତି ପ୍ରଣାଳୀକୁ ବୁଲି ଦେଖିଥିଲେ । ଏହି ସମୟରେ ଉଚଶିକ୍ଷା, କ୍ରିଡା ଓ ଯୁବସେବା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ । ମହାମହିମ ରାଜ୍ୟପାଳ ବନ୍ଧହୋଇ ପଡିଥିବା ବିଦ୍ୟାଳୟ ଗୃହରେ ମହିଳାମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହୋଇଥିବା ଦେଖି ଖୁସି ପ୍ରକାଶ କରିଥିଲେ। ବ୍ୟାଙ୍କ ଗୁଡିକର ସହଯୋଗ ନେଇ ଧବେଳେଶ୍ୱର ଉତ୍ପାଦିକା ଗୋଷ୍ଠିର ସମ୍ପାଦିକା ଗୀତାଞ୍ଜାଳୀ ପଣ୍ଡା ଙ୍କୁ ପଚାରି ବୁଝିଥିବା ବେଳେ ମହାଲକ୍ଷ୍ମୀ ଉତ୍ପାଦିକା ଗୋଷ୍ଠିର ବେବିନା ମହାନ୍ତି ଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ନେଇ ପଚାରି ବୁଝିଥିଲେ । ଧବେଳେଶ୍ୱର ମହାସଂଘର ଏମ୍‌ବିକେ କମଳା ମିଶ୍ର ରାଜ୍ୟପାଳଙ୍କୁ ପ୍ରସ୍ତୁତ ସାମଗ୍ରୀ ବିଷୟରେ ଅବଗତ କରିଥିଲେ । ଏହି ଅବସରରେ ମହାମହିମ ରାଜ୍ୟପାଳ ପଂଚାୟତରେ ଥିବା ୧୦ ଜଣ ଲକ୍ଷପତି ଦିଦିଙ୍କୁ ବ୍ୟାଙ୍କରୁ କିପରି ଋଣ ଆଣି କିପରି କାର୍ଯ୍ୟରେ ଲଗାଉଛନ୍ତି ଏବଂ ଋଣ ପରିଶୋଧ ନେଇ ପଚାରି ବୁଝିଥିଲେ । ପରେ ରାଜ୍ୟପାଳ ବଡବର୍ଚ୍ଚିକୟାଁ ପଂଚାୟତ ସ୍ଥିତ ଫାର୍ମ ହାଉସ ଜମିରେ ଚାଲୁଥିବା ମାତୃଶକ୍ତି ମହାସଙ୍ଗର ମାଛ, ଛେଳି, କୁକୁଡ଼ା ଏବଂ ପୋଖରୀ ହୁଡାରେ ହେଉଥିବା ପନିପରିବା ଚାଷକୁ ବୁଲି ଦେଖିଥିଲେ । ଚତୃମୟୀ ମହିଳା ମହାସଂଘର ସମ୍ପାଦିକା ସୁଦୀପ୍ତି ସିଂ ଙ୍କ ସହ ରାଜ୍ୟପାଳ କଥା ହୋଇଥିବା ବେଳେ ଆଗକୁ ଅଧିକରୁ ଅଧିକ ସରକାରୀ ସହାୟତା ଓ ଜମି ଲିଜର ଅବଧି ବଢିପାରିଲେ ଆମେ ଆଗକୁ ବଢିପାରିବୁ ବୋଲି ସମ୍ପାଦିକା କହିଥିଲେ ଏବଂ ଏକ ମିଶନ ଶକ୍ତି ଗୃହ ଦାବିକରିଥିଲେ । ଶେଷରେ ଆବାସ ଗୃହ ନିର୍ମାଣ କରିଥିବା ସୁବାସିନୀ ଜେନା, କନକଳତା ଜେନା, ହେମନ୍ତ ଜେନା, ରଶ୍ମୀତା ଜେନାଙ୍କ ଗୃହ ବୁଲିଦେଖିବା ସହ ଠିକ ସମୟରେ ଅର୍ଥ ଓ ବୋନସ ମିଳୁଛିକି ନାହି ପଚାରି ବୁଝିଥିଲେ । ଏହି ଅବସରରେ ସ୍ଥାନୀୟ ସରପଂଚ ପୁଷ୍ପାଞ୍ଜଳି ସ୍ୱାଇଁ , ପୂର୍ବତନ ସରପଂଚ ସୁରେନ୍ଦ୍ର ଜେନା, ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ପୁନର୍ବାର ଅପରାହ୍ନ ୩.୦୦ ଘଟିକା ଭଦ୍ରକ ବ୍ଲକର ହରିପୁର ପଂଚାୟତରେ ଥିବା ଫେସାଲ ସ୍ଲଜ୍ ଟ୍ରିଟ୍‌ମେଂଟ ପ୍ଲାଂଟ ପରିଦର୍ଶନ ନିମନ୍ତେ ଗସ୍ତ କରିଥିଲେ । ଏହା ଏକ ୩୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଆବର୍ଜନା କୁ କମ୍ପୋଷ୍ଟ ରେ ପରିଣତ କରିବାର ଏକ ୪ କୋଟି ଟଙ୍କା ବ୍ୟୟ ବରାଦ ଏକ ପ୍ରକଳ୍ପ ଅଟେ । ସେଠାରେ ପହଂଚି କାର୍ଯ୍ୟରତ ସଫେଇ କର୍ମଚାରୀ ଏବଂ ସେଠାରେ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ସ୍ୱଛତା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱଛତା ଆମର ମୁଖ୍ୟ କର୍ତବ୍ୟ ରହିବା ଆବଶ୍ୟକ ବୋଲି କହିଥିଲେ । ଏହି ଅବସରରେ ସେ ପ୍ରତ୍ୟେକ ସହରାଂଚଳ ରେ ଏମିତି ପ୍ରକଳ୍ପ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏବଂ ଉକ୍ତ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଅଧିକନ୍ତୁ ୨ ଏକର ଜମି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହାପରେ ରାଜ୍ୟପାଳଙ୍କ କରକମଳରେ ଏକ ବୃକ୍ଷ ରୋପଣ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ପରେ ମହାମହିମ ରାଜ୍ୟପାଳ ଧାମନଗର ବ୍ଲକ ରେ ଥିବା ଅସୁରାଳି ଗ୍ରାମପଂଚାୟତର ସ୍କିଲ ଡେଭଲପମେଂଟ ସେଂଟର (ଏନ.ଏସ.ଡି.ସି. ଏକାଡେମୀ) ରେ ଯାଇ ପହଁଚିଥିଲେ। ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦା ଓ ଉତ୍ସବ ଡ୍ୟାନ୍ସ ଗ୍ରୁପର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ଓ ପୁଷ୍ପ ଦ୍ୱାରା ସ୍ୱାଗତ କରାଯାଇଥିଲା । ଏହା ପରେ ମହାମହିମ କ୍ଲାସ ରୁମ ଗୁଡିକ ବୁଲିଦେଖିବା ସହ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ଉପରେ ପ୍ରଶ୍ନ ପଚାରି ବୁଝିଥିଲେ । ଉକ୍ତ କେନ୍ଦ୍ରରେ ୧୮ ରୁ ୨୭ ବର୍ଷର ଯୁବ ପ୍ରତିଭା ମାନଙ୍କୁ ଫୁଡ୍ ଓ ବେଭେରେଜ୍‌, ଗ୍ରାଫିକ୍ ଡିଜାଇନ, କଟର, ଷ୍ଟ୍ରେଚିଂ, ହେଲପର ଆଦି ବାବଦରେ ଦକ୍ଷତା ତାଲିମ ଦିଆଯାଇ ବିଭିନ୍ନ କ୍ଷେତ୍ରରେ କର୍ମ ନିଯୁକ୍ତି ମାନ ଦିଆଯିବାର ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହା ପରେ ମହାମହିମ ରାଜ୍ୟପାଳ ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣିତାଲ ଠାରେ ଥିବା ଆଂଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହାପରେ କୃଷିବିଜ୍ଞାନ କେନ୍ଦ୍ର ଭଦ୍ରକ ଦ୍ୱାରା ଆୟୋଜିତ ମେଳାର ଷ୍ଟଲ ଗୁଡିକ ପରିଦର୍ଶନ କରିଥିଲେ । କୃଷି ପର୍ଯ୍ୟଟନ ସ୍ଥଳି ଏବଂ ସବୁଜ ଭୂମି କୃଷି ଶିକ୍ଷାଅନୁଷ୍ଠାନ ପାଇଁ ପ୍ରସ୍ତାବିତ ଭୂମିସ୍ଥଳି ପରିଦର୍ଶନ କରିଥିଲେ । ଏହାପରେ କୃଷିବିଜ୍ଞାନ କେନ୍ଦ୍ରରେ ଚାଷୀ ମାନଙ୍କ ସହିତ ପିଏମ୍ କିସାନ ଏଣ୍ଡ ସିଏମ୍ କିସାନ ଯୋଜନାରେ ପାଉଥିବା ସୁବିଧା ମାନ ବିଷୟରେ ପଚାରି ବୁଝିବା ସହ ମତ୍ସ୍ୟ ଚାଷରେ କିପରି ଅଧିକ ଲାଭବାନ ହେବେ ସେ ବିଷୟରେ ଉପଦେଶ ଦେଇଥିଲେ । ଧାନଚାଷ ଠାରୁ ମତ୍ସ୍ୟ ଚାଷରେ କିପରି ଚାଷୀ ମାନେ ଅଧିକ ଲାଭବାନ ହେବେ ସେଥିପାଇଁ ସ୍ୱତନ୍ତ୍ର ତାଲିମ ଶିବିର କରିବାପାଇଁ ପଦଧିକାରୀ ମାନଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାପରେ ସନ୍ଧ୍ୟା ୭.୦୦ ଘଟିକା ସମୟରେ ଭଦ୍ରକ ଜିଲ୍ଲାର ନୂତନ ପ୍ରଦକ୍ଷଣ ଗୃହରେ ଜିଲ୍ଲାର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତା ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନଙ୍କର ପରାମର୍ଶ ଲୋଡିଥିଲେ । ଏହି ଆଲୋଚନା ରାତ୍ର ୮.୦୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ପରିଶେଷରେ ମହାମହିମ ରାଜ୍ୟପାଳ ମା’ ଭଦ୍ରକାଳୀ ମନ୍ଦିର ପରିଦର୍ଶନ କରିବାସହ ପୂଜାର୍ଚ୍ଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.