Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ ଯୁବ ଉଦୀୟମାନ ପ୍ରତିଭା ଖୋ ଖୋ କ୍ରୀଡ଼ାବିତ୍ ନିରଞ୍ଜନ...

ଭଦ୍ରକ ଜିଲ୍ଲାର ଗର୍ବ ଓ ଗୌରବ ଯୁବ ଉଦୀୟମାନ ପ୍ରତିଭା ଖୋ ଖୋ କ୍ରୀଡ଼ାବିତ୍ ନିରଞ୍ଜନ ସାହୁ

20

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ଧୋଇରାମ ସାହୁଙ୍କ ପୁତ୍ର ନିରଞ୍ଜନ ସାହୁ ଏହି ମାସ ବିହାର ଗୟାରେ (୪ ରୁ ୯ ତାରିଖ) ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଖେଲୋ ଇଣ୍ଡିଆ ଖେଳିବା ପାଇଁ ଓଡିଶାରୁ ଖେଳାଳି ମାନେ ମନୋନୀତ ହୋଇଛନ୍ତି । ଓଡିଶା ଜୁନିୟର ବର୍ଗ ଖୋ-ଖୋ ଟିମରେ ଭଦ୍ରକ ଜିଲାରୁ ଯୁବ ଉଦୀୟମାନ ପ୍ରତିଭା ନିରଞ୍ଜନ ସାହୁ ମନୋନୀତ । ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର, ଧୂଷୁରୀ ପ୍ରେସ୍ ୟୁନିଅନର ସଭାପତି ସନ୍ତୋଷ କୁମାର ଦାସ, ସମ୍ପାଦକ ଦୀପ୍ତି ରଞ୍ଜନ ନାୟକ ଏବଂ କୋଷାଧକ୍ଷ ରତିକାନ୍ତ ନାୟକ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଅଭୟ କୁମାର ସାହୁ, ବରିଷ୍ଠ ଆଇନୀଜୀବୀ ସ୍ନେହାଶିଷ ପଣ୍ଡା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଚିତ୍ର ଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା , ଯାଦବ ଓ ଶିକ୍ଷକ ନେତା ପ୍ରଭାକର ପରିଡା, ଚତ୍ରଶିଳ୍ପୀ ପ୍ରଭାତ ଜେନା, ବରିଷ୍ଠ ସାମ୍ବାଦିକ ସୁଧାକର ଦାଶ ଖେଲୋ ଇଣ୍ଡିଆରେ (ଜାତୀୟ) ବିହାର ଗୟାରେ ଖେଳାଯାଉ ଥିବା ଓଡିଶା ଖୋ-ଖୋ ପାଇଁ ନିରଞ୍ଜନ ସାହୁଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ପ୍ରତଯୋଗିତରେ ସଫଳତା କାମନା କରିଛନ୍ତି । ପରିଶେଷରେ ନିରଞ୍ଜନ ସାହୁଙ୍କ ପ୍ରଶିକ୍ଷକ ଭାବେ କାମ କରିଆସୁଥିବା ଓଡିଶାର ଉଦୀୟମାନ କ୍ରୀଡ଼ାବିତ୍ ତଥା ଭଦ୍ରକ ଜିଲ୍ଲା ପାଇଁ ଖେଳ କୁଦ୍ ଦାୟିତ୍ୱରେ ଥିବା ଏନ ଆଇ ସି ଖୋ-ଖୋ କୋଚ ରମେଶ ପୃଷ୍ଟି (ଚଗୁଲ) ଙ୍କୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.