Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର ଆର.ଏମ୍‌.ଏସକୁ ବାଲେଶ୍ୱର ଓ ଯାଜପୁର ସହ ମିଶ୍ରଣ କୁ ପ୍ରତିବାଦରେ ସିଆଇଟିୟୁ ପକ୍ଷରୁ...

ଭଦ୍ରକ ଜିଲ୍ଲାର ଆର.ଏମ୍‌.ଏସକୁ ବାଲେଶ୍ୱର ଓ ଯାଜପୁର ସହ ମିଶ୍ରଣ କୁ ପ୍ରତିବାଦରେ ସିଆଇଟିୟୁ ପକ୍ଷରୁ ଦାବିପତ୍ର

8

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ, ଚରମ୍ପା ରେଳ ଷ୍ଟେସନ ରେ ରେଳ ଡାକ ସେବା କୁଭଦ୍ରକ୍‌, ସିମୁଳିଆ, ରାଜକନିକା, ହାଟଡିହି, ଓ ଯାଜପୁର ଜିଲ୍ଲା ର ଅଧିବାସୀ ମାନେ ଅର୍ଦ୍ଧ ଶତାବ୍ଦୀ ଧରି ଉପଭୋଗ କରି ଆସୁଛନ୍ତି। ତତ୍କାଳୀନ ସମୟରେ ଲୋକ ସଂଖ୍ୟା ବଢ଼ି ବର୍ତମାନ ପ୍ରାୟ ୫୦ଲକ୍ଷ୍ୟ ଲୋକେ ଡାକସେବା ପାଇବାରୁ ବଂଚିତହେବେ ଯଦି ଆପଣ ଆର. ଏମ୍‌. ଏସ ଭଦ୍ରକ କୁ ବାଲେଶ୍ୱର ଜିଲ୍ଲାରେ ମିଶେଇ ଦିଆଯାଏ। ଏହା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ପାଇଁ ସି ଆଇ ଟି ୟୁ ତତଫରୁ ଦସ୍ତଖତ ସଂଗ୍ରହ କରାଯାଇ ଆଜି ଶ୍ରମିକ ନେତା ଦିବ୍ୟ ସିଂହ ନାୟକ ଙ୍କ ନେତୃତ୍ୱ ରେ ଶତାଧିକ ଶ୍ରମିକ କର୍ମ ଚାରି, ବୁଦ୍ଧିଜୀବୀ ମାନେ ଏକାଳୀନ ଭାବେ କାଳନ୍ଦୀ ପାତ୍ର, ପ୍ରଫୁଲ୍ଲ ପାଢ଼ୀ, ବାମଦେବ ମିଶ୍ର, ଗିରିଧାରୀ ନାଥ, ମାୟାଧର ଜେନା, ମଂଟୁ ମୁଣ୍ଡା, ସେକ୍ କମର, କଲା ଖାଁ , ଶଙ୍କର୍ଷଣ ବେହେରା, ସେକ୍ ଆଜାମ ଓ ବସନ୍ତ ବେହେରା ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଚିପି ପୋଷ୍ଟ ମାଷ୍ଟର ଜେନେରାଲ ଙ୍କ ନିକଟକୁ ଏକ ଦାବୀପତ୍ର ଦେଲା ପରେ ଯଦି ବିଭାଗୀୟ ଅଧିକାରୀ ଭଦ୍ରକ ଜିଲ୍ଲାର ଦାବୀ ପୂରଣ ନ କରନ୍ତି ଆଗାମୀ ନୂତନ ବର୍ଷ ଆରଂଭ ରେ ସି ଆଇ ଟି ୟୁ ତରଫରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ସମସ୍ତ ଶ୍ରମିକ, କର୍ମ ଚାରି ଓ ବୁଦ୍ଧିଜୀବୀ ଓ ଭଦ୍ରକ ଜିଲ୍ଲାର ଅଧିବାସୀ ମାନଙ୍କୁ ସି ଆଇ ଟି ୟୁ ନେତା ଦିବ୍ୟ ସିଂହ ନାୟକ ଓ କାଳନ୍ଦୀ ପାତ୍ର ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.