Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ “ନିପୁଣ ଓଡ଼ିଶା”ର ଶୁଭାରମ୍ଭ

ଭଦ୍ରକ ଜିଲ୍ଲାରେ “ନିପୁଣ ଓଡ଼ିଶା”ର ଶୁଭାରମ୍ଭ

6

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିପୁଣ ଓଡ଼ିଶା ମିଶନର ଶୁଭାରମ୍ଭ ହୋଇଛି । ଜିଲ୍ଲାସ୍ତରୀୟ ଏହି ସମ୍ମିଳନୀରେ ଜିଲ୍ଲାପାଳ ଦିଲୀପ କୁମାର ରାଉତରାଏ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଅକ୍ରୁର ବାରିକ ‘ନିପୁଣ ଓଡ଼ିଶା’ ମିଶନର ଲକ୍ଷ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାଥମିକସ୍ତରରେ ପିଲାର ମୂଳଦୁଆ ସୁଦୃଢ଼ ହେଲେ ଅର୍ଥାତ ଠିକ୍ ଭାବେ ପଢ଼ିବା, ଲେଖିବା ତଥା ତାର ଭାବନା ଓ ଅନୂଭୁତିକୁ ପ୍ରକାଶ କରିବା, ମୌଳିକ ସଂଖ୍ୟା ଜ୍ଞାନର ଧାରଣା ଓ ମିଶାଣ, ଫେଡ଼ାଣ, ଗୁଣନ, ହରଣ ପ୍ରଭୃତି ଗାଣିତିକ କ୍ରିୟା ଗୁଡ଼ିକର ସମାଧାନ କରିପାରିଲେ । ସେ ଉଚ୍ଚତର ଦକ୍ଷତା ଗୁଡ଼ିକ ସହଜରେ ହାସଲ କରିପାରିବ ଓ ଅଧିକ ସୃଜନଶୀଳ ହେବେ । ବିଦ୍ୟାଳୟକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ । ଥରେ ପିଲଟି ପଢ଼ିବା ଶିଖିଗଲେ, ସେ ପଢ଼ି କରି ଶିଖିବ, ତା ପାଖରେ ବିଶ୍ଲେଷଣାତ୍ମକ, ଚିନ୍ତନ, ସମସ୍ୟା ସମାଧାନ ଓ ନିର୍ଣ୍ଣୟ କରିବାର କୌଶଳନ ଓ ଦକ୍ଷତା ବୃଦ୍ଧି ପାଇବ । ନିପୁଣ ଓଡ଼ିଶା ମିଶନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନୀତ କରିବା ପାଇଁ ଓ ଏହାକୁ ସଫଳଭାବେ (ରୂପାୟନ କରିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ତଥା ଅଭିଭାବକ ବୃନ୍ଦ, ସି.ଆର.ସି.ସି., ବି.ଆର.ସି.ସି. ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପ୍ରମୂଖ ଭୂମିକା ରହିଛି । ଏହାର ଲକ୍ଷ ଓ ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ଆମେ ସମସ୍ତେ ପ୍ରତିଶ୍ରୁତି ବଦ୍ଧ । ଏହି ଉଦ୍ଦେଶ୍ୟରେ ସମସ୍ତଙ୍କର ସହଯୋଗୀତାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ, ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଓ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଜାତୀୟ ଶିକ୍ଷାନୀତି ଆଧାରରେ ‘ନିପୁଣ ଓଡ଼ିଶା’ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକ ସ୍ତରରେ କିପରି ଏହି ମୌଳିକ ଦକ୍ଷତା ଗୁଡ଼ିକ ହାସଲ କରିବେ ଏବଂ ପିଲାମାନଙ୍କର ଶାରିରୀକ, ବୌଦ୍ଧିକ ଓ ମାନସିକ ଏବଂ ଆବେଗିକ ବିକାଶ ହୋଇପାରିବ ତାହା ଉପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଶିକ୍ଷକ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.