Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦିଗହରା,ଦୀର୍ଘ ୫ବର୍ଷ ୫ ମାସ ବତିଗଲାଣି, ଶେଷ ହେଉନି...

ଭଦ୍ରକ ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦିଗହରା,ଦୀର୍ଘ ୫ବର୍ଷ ୫ ମାସ ବତିଗଲାଣି, ଶେଷ ହେଉନି କୁଆଁରସର- ଚରଦିଆ ପ୍ରଧାନମନ୍ତ୍ରୀ ସଡକ ଯୋଜନା

15

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ମଧ୍ୟରେ ଚାନ୍ଦବାଲି ଅଂଚଳ କୁ କେବଳ ଦିଗହରା ବୋଲି ନୁହେଁ ଅତି ଅନୁନ୍ନତ ଅଂଚଳ ବୋଲି କହିଲେ ତାହା ଅତ୍ୟୁକ୍ତି ହେବ ନାହିଁ। ଏହା କେବଳ ଉପାନ୍ତ ମଧ୍ୟ ନୁହେଁ ବର୍ତମାନ ରାଜ୍ୟ ସରକାରଙ୍କ ଦଳର ସଭାପତିଙ୍କ ଅଂଚଳ। ଏହି ଅଂଚଳରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା କେତେ ଜେ ବାସ୍ତବ ରୂପ ନେଉଛି ତାହା ନିଜେ ନ ଦେଖିଲେ ଆଖିକୁ ମଧ୍ୟ ବିଶ୍ୱାସ କରି ହେବ ନାହିଁ। ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି କୁଆଁରସର ଠାରୁ ଆରମ୍ଭ ହୋଇ ଗୋବିନ୍ଦପୁର ଏବଂ ଚାନ୍ଦକୁଡା ହୋଇ ଚରଦିଆ କୁ ଯାଇଥିବା ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ହୋଇଥିଲା ୨୦୨୧ ମସିହାରେ ଏହି ରାସ୍ତାର ଲମ୍ବ ୮କି.ମି ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ୫କୋଟି ୫୦ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ରାସ୍ତା ସେପ୍ଟେମ୍ବର ୨୦୨୨ରେ ଶେଷ ହେବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଫଳକରେ ସୂଚିତ ହୋଇଅଛି। ଇତି ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାର କାର୍ଯ୍ୟ ସ୍ଥାୟିତ୍ୱର ଅବଧି ମଧ୍ୟ ଶେଷ ହେବାକୁ ବସିଛି। ମାତ୍ର ଦୀର୍ଘ ୫ବର୍ଷ୫ମାସ ହେବ ଏହି ରାସ୍ତା କାର୍ଯ୍ୟ ଶେଷ ହେବାର ନାଁ ମଧ୍ୟ ଧରୁ ନାହିଁ। ଏହି ରାସ୍ତା ଆରମ୍ଭ ସମୟ ଠାରୁ ଆଜି ପର୍ଯ୍ୟନ୍ତ ବହୁ ବିଭାଗୀୟ ଅଧିକାରୀ ଯଥା କନିଷ୍ଠଯନ୍ତ୍ରୀ, ସହକାରୀ, ଅଧୀକ୍ଷଣ ଯନ୍ତ୍ରୀ ବଦଳି ଗଲେଣି ମାତ୍ର ରାସ୍ତାର ଭୌଗୋଳିକ ସ୍ଥିତିରେ କୌଣସି ସୁଧାର ଆସି ପାରୁନାହିଁ। ଅନ୍ୟ ପକ୍ଷରେ ଏହି ରାସ୍ତା ନିର୍ମାଣଧୀନ ଥିବା ବେଳେ ସଂପୃକ୍ତ ଅଧିକାରୀ କେଉଁ ପରିସ୍ଥିତିରେ ସଂପୃକ୍ତ ଠିକାଦାରଙ୍କୁ ଅନୁକମ୍ପା ଦେଖାଇବା ସହ ଏହି ରାସ୍ତା ପାଇଁ ଅନ୍ୟ ଏକ ଠିକାଦାରଙ୍କୁ ପ୍ୟାଚ ପକାଇବାକୁ କହି ସରକାରୀ ଅର୍ଥକୁ ଆତ୍ମସାତ କଲେ ତାହା ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଜରୁରୀ ହୋଇ ପଡିଛି। ଏହି ରାସ୍ତା ଦେଇ କେବଳ ଚରଦିଆ ପଂଚାୟତ ନୁହେଁ ନିକଟ ବର୍ତୀ ୭-୮ଟି ପଂଚାୟତ ନିର୍ଭର କରିଥାଏ । ନିକଟରେ ଚରଦିଆ ପଂଚାୟତ ସରପଂଚ ପଂଚାୟତ ଅର୍ଥ ବ୍ୟୟ କରି ଏହି ରାସ୍ତାର ସୁଧାର ଆଣିବାକୁ ଚେଷ୍ଟା କରିବା ପରେ ମୋ ବସ ସେବା ବନ୍ଦ ହେବା ପରିବର୍ତେ ଚାଲୁ ରହିଲା। ମାତ୍ର ଆଜି ପର୍ଯ୍ୟନ୍ତ କେଉଁ ପରିସ୍ଥିତିରେ ଏହି ରାସ୍ତା କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ ବୋଲି ଭଦ୍ରକ ଅଧୀକ୍ଷଣଯନ୍ତ୍ରୀ ଲମ୍ବୋଦର ଦାସଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ବନ୍ଦ ଥିଲା। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ନିଜକୁ ଦୋଷମୁକ୍ତ ହେବା ପାଇଁ ସଂପୃକ୍ତ କନିଷ୍ଠଯନ୍ତ୍ରୀ ରଞ୍ଜନ ସିଂଙ୍କୁ ଯୋଗାଯୋଗ କରିବା ପାଇଁ କହିଥିଲେ।ଶେଷରେ କନିଷ୍ଠ ଯନ୍ତ୍ରୀ ରଞ୍ଜନ ସିଂ ନିଜେ ଡେପୁଟେସନରେ ଅଛନ୍ତି ବୋଲି କହି କଥା ଟାଳି ଦେଇଥିଲେ। ପ୍ରକୃତରେ ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ କଣ ସତରେ ସାଗ କିଆରୀ ପାଲଟିଛି ଅଥବା ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ପେଶି ହୋଇ ଯାଉଛନ୍ତି ଅଂଚଳବାସୀ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.