ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସେବା ସମବାୟ ବ୍ୟାଙ୍କ ଅଧିନସ୍ତ ଧାମନଗର ଓ ଚୁଡ଼ାକୁଟି ସେବା ସମବାୟ ସମିତି କୁ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ ପରିଦର୍ଶନ କରିଛନ୍ତି । ତେବେ ଆସନ୍ତା ମାସ ଚାଷୀଙ୍କ ଠାରୁ ସରକାର ଧାନ କିଣିବା ପାଇଁ ପ୍ରସ୍ତାବ ଥିବାରୁ ଧାନମଣ୍ଡି ଖୋଲିବା ପାଇଁ ଉକ୍ତ ସମିତି ଜିଲ୍ଲାପାଳ ଯାଇ ଭିତିଭୂମି ଦେଖିଥିଲେ। ଗୋଦାମ ଘର ଚାଷୀ ଙ୍କ ବିଶ୍ରାମ ସ୍ଥଳ ଓ ଶୌଚାଳୟ ଆଦି ବୁଲି ଦେଖିଥିଲେ । ଚାଷୀ ମାନେ ଧାନ ଦେବାବେଳେ ସେମାନଙ୍କ ର ଯେପରି ଅସୁବିଧା ରେ ସମ୍ମୁଖିନ ନ ହୁଅନ୍ତି ସେ ଦିଗରେ କର୍ମଚାରି ଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।