Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲାପାଳ ଏବଂ...

ଭଦ୍ରକ ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲାପାଳ ଏବଂ ଟିମ୍

88

ଭଦ୍ରକ, ୧୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରକାଶିତ ସୂଚନା ଅନୁଯାୟୀ ଜମିଜମା ରେକର୍ଡ଼, ଭୂ ନକ୍‌ସା ସମ୍ପର୍କିତ କମ୍ପ୍ୟୁଟରୀକରଣ କାର୍ଯ୍ୟ ଓ ଅନ୍ୟ କେତେକ ମାନଦଣ୍ଡ ଆଧାରରେ ଭୂମି ସମ୍ମାନ ପ୍ଲାଟିନମ୍ ସାର୍ଟିଫିକେଟ୍ ପାଇବା ପାଇଁ ଦେଶର ୬୮ ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ସ୍ଥାନ ପାଇଥିଲା । ଏଥିପାଇଁ ୧୮ ତାରିଖ ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୂର୍ବାହ୍ନ ୧୧ଟାରେ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏବଂ ତାଙ୍କ ଟିମ୍‌ରେ ଥିବା ଉପଜିଲ୍ଲାପାଳ ମନୋଜ ପାତ୍ର ଏବଂ ଅତରିିକ୍ତ ଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଉକ୍ତ ପୁରସ୍କାର ଉତ୍ସବରେ ଯୋଗଦାନ କରି ସମ୍ମାନନୀୟ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ଠାରୁ ଭଦ୍ରକ ଜିଲ୍ଲାପାଇଁ ଭୂମି ସମ୍ମାନ ପ୍ଲାଟିନମ୍ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟକି ଜିଲ୍ଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ମାର୍ଗଦର୍ଶନରେ ଜିଲ୍ଲାର ସମସ୍ତ ତହସିଲଦାର ଓ ତହସିଲର ସମ୍ପୃକ୍ତ କର୍ମଚାରୀମାନଙ୍କ ସାମୂହିକ ଉଦ୍ୟମ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାକୁ ଏହି ସମ୍ମାନ ପ୍ରାପ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.