Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧି ବାଳାଶ୍ରମରେ ବୃକ୍ଷରୋପଣ

ଭଦ୍ରକ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧି ବାଳାଶ୍ରମରେ ବୃକ୍ଷରୋପଣ

16

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଲାମାନଙ୍କୁ ବୃକ୍ଷରୋପଣର ସଚେତନତା ନେଇ ‘ମା’ ପାଇଁ ବୃକ୍ଷଟିଏ’ ଲଗାଇବା କାର୍ଯ୍ୟକ୍ରମ ଆଜି ଭଦ୍ରକ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଗାନ୍ଧି ବାଳାଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି । ମାନବ ସମାଜର ରକ୍ଷା ଓ ପ୍ରକୃତିର ସନ୍ତୁଳନ ସୁରକ୍ଷା ପାଇଁ ଗଛ ଲଗାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ଭଦ୍ରକ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଆଶ୍ରମ ପରିସରରେ ଅନୁଷ୍ଠିତ ବନ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବୃକ୍ଷ ହେଉଛି ଆମର ଅମୂଲ୍ୟ ସଂପଦ । ସେ ଆମକୁ ଅମ୍ଳଜାନ ଦେଇଥାଏ । ଏଣୁ ବୃକ୍ଷ ପରୋକ୍ଷରେ ଆମର ଜୀବନ ହୋଇଥିବାରୁ ମଣିଷ ମଣିଷ ପାଇଁ ଏହା ବହୁ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ଏହି କଥାକୁ ଭଲଭାବେ ବୁଝିଛନ୍ତି, ସେମାନେ ଚାରା ରୋପଣ ଉପରେ ସେତିକି ଗୁରୁତ୍ୱ ଦେବା ଉଚିତ୍ । ଆମେ ବୃକ୍ଷରୋପଣ ଆଗାମୀ ପିଢିଙ୍କ ପାଇଁ କରିପାରିଲେ ଏହି ସମାଜ ଓ ପୃଥିବୀ ବଂଚିବ ବୋଲି ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଛନ୍ତି । ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ ମହୋତ୍ସବରେ ବରେଣ୍ୟ ଅତିଥି ଭାବେ ଗାନ୍ଧି ବାଳାଶ୍ରମର ସଂପାଦକ ଅଶୋକ ଦାସ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଶିକ୍ଷୟିତ୍ରୀ ମନୋରମା ରାୟ, ରାଜ୍ୟ ଯୁବ ଯାଦବ ସଂପାଦକ ଅମର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସାମ୍ବାଦିକ ସନ୍ତୋଷ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରାମନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ମୁଖ୍ୟ ଉପଦେଷ୍ଟା ସାମ୍ବାଦିକ ପ୍ରମୋଦ ରାୟ, ସଂଜୀବ ନାୟକ, ସୁଜୟ ପାକଳ, ଅବଦୁଲ ଫିରୋଜ ଖାଁ, ପୁନିଲ ସାମନ୍ତ, ମୁକ୍ତିକାନ୍ତ ନାୟକ, ମନୋଜ ବାରିକ, କୃଷ୍ଣଚନ୍ଦ୍ର ବେହେରା ଓ ଝରଣା ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.