ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ଦଳରେ ଦେଖାଦେଇଛି ସଂକଟ। ଗୋଟିଏ ଦିନରେ ୩ ଜଣଙ୍କ ଇସ୍ତଫା ପରେ ସେମାନଙ୍କୁ ଦଳ ନିଲମ୍ବିତ କରିଛି। ତେବେ ଆଗେ ଇସ୍ତଫା ନା ନିଲମ୍ବନ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଭଣ୍ଡାରିପୋଖରୀ ବିଧାୟକ ଓ ପୂର୍ବତନ ବିଧାୟକ ଙ୍କ ଗୋଷ୍ଟି ମଧ୍ୟରେ ଚାଲିଛି ଜୋରଦାର ଶୀତଳ ଯୁଦ୍ଧ। ଆରୋପ ପ୍ରତ୍ୟାରୋପ କୁ ନେଇ ଭଣ୍ଡାରିପୋଖରୀ ରାଜନୀତି ଏବେ ବେଶ ସରଗରମ ହୋଇଛି। ଗୋଟିଏ ଗୋଷ୍ଟି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବନ୍ତ ବ୍ଲକ ଅଧକ୍ଷ ମନୋରଞ୍ଜନ ଘଡେଇଙ୍କ ବେଆଇନ କାର୍ଯ୍ୟ କୁ ନେଇ ଏକ ସାମ୍ବାଦିକ ସମିଳନୀ ଭଣ୍ଡାରିପୋଖରୀ ବିଧାୟକ ଙ୍କ ବାସ ଭବନ ରେ ଆୟୋଜନ କରିଥିବାବେଳେ ଏଥିରେ ଜିଲ୍ଲା ପରିଷଦ ସଭାପତି, ବ୍ଲକ ବିଜେଡି ସଭାପତି ଓ ଯୁବ ନେତା ମାନେ ଯୋଗ ଦେଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ବନ୍ତ ବ୍ଲକ ଅଧକ୍ଷ ନିଜ ନାମରେ ଭେଣ୍ଡର କରି ଏମ୍ଜିଏନଆରଇଜିଏସ୍ ଟଙ୍କା ଉଠାଇ ଲାଭବାନ ହେଉଛନ୍ତି। ଯାହା ସମ୍ପୃନ୍ନ ବେଆଇନ ତେଣୁ ସରକାର ତାଙ୍କୁ ବରଖାସ୍ତ କରନ୍ତୁ ଓ ଦୁର୍ନୀତି ର ତଦନ୍ତ କରନ୍ତୁ ବୋଲି ସେମାନେ ଦାବି କରି ଏକ ଅଭିଯୋଗ ଜିଲ୍ଲାପାଳ ଙ୍କୁ ଦେଇଛନ୍ତି। ତେବେ ବିଧାୟକ ଘରେ ସାମ୍ବାଦିକ ସମିଳନୀ ହେବାର କିଛି ଘଂଟା ପରେ ଶ୍ରୀରାମ ସ୍ୱରୂପ ମହାପାତ୍ର ନାମକ ଜଣେ ଆଇନୀଜୀବୀ ଏକ ହୋଟେଲ ରେ ସାମ୍ବାଦିକ ସମିଳନୀ ଡାକିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଓଡିଶା ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ରେ ଭଣ୍ଡାରିପୋଖରୀ ବିଧାୟକ ଙ୍କ ନାମରେ ଅର୍ଥନୈତିକ ଅନିୟମିତତା, ଟିକସ ଫାଙ୍କିବା ଭଳି ଅଭିଯୋଗ ରଖିଥିଲେ। ସେମାନେ ଏହାର ତଦନ୍ତ ପାଇଁ ଇନ କମ ଟାକ୍ସ ଡିପାର୍ଟମେଂଟ କୁ ଚିଠି ଲେଖିଛନ୍ତି। ତେଣୁ ବିଧାୟକ ନମରେ ଯେଉଁ ଅଭିଯୋଗ ସେ କରିଛନ୍ତି ତାର ତଦନ୍ତ ନିରପେକ୍ଷ ଭାବେ କରାଯାଇ ସତ୍ୟ ଉନ୍ମୋଚନ କରାଯାଉ ବୋଲି ଦାବି କରିଛନ୍ତି। ଫଳରେ ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ଜୋର ଧରିବା ସହିତ ଭଣ୍ଡାରିପୋଖରୀରେ ବିଜେଡି ରାଜନୀତି ଏବେ ଦୁଇ ଭାଗ ହୋଇ ଯାଇଛି। ଆଗକୁ ଏହା ଏକ ବିସ୍ପୋ ରକ ସ୍ଥିତି ଉପୁଜାଈ ପାରେ ବୋଲି ଆଶଙ୍କା କରାଯାଉଛି। ଇତି ମଧ୍ୟରେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଘଡେଇ, ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ଓ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ବିଜେଡି ରୁ ଇସ୍ତଫା ଦେଇଛନ୍ତି। ତେବେ କିଛିଦିନ ହେବ ବିଜେଡି ଛାଡି ବିଜେପିରେ ମିଶିବା ନେଇ ବନ୍ତ ଭଣ୍ଡାରିପୋଖରୀ ଭଦ୍ରକ ଓ ବାସୁଦେବପୁର ବ୍ଲକ୍ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିପାଇଁ ଆସନ୍ତା ଡିସେମ୍ବର ୭ ରେ ଏକ ମିଶ୍ରଣ ପର୍ବ ଆୟୋଜନ ହେବ ବୋଲି ଶୁଣାଯାଉଛି। ୩ ଜଣ ନିଜର ଇସ୍ତଫା ପତ୍ର ଜିଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ନିକଟକୁ ପଠାଇ ଏହାକୁ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ସେମାନେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ବିଷୟ ଦର୍ଶାଇଛନ୍ତି। ଏ ସଂପର୍କରେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ଏମାନଙ୍କ ଇସ୍ତଫା ପତ୍ର ହ୍ୱାଟସ୍ଆପରେ ପାଇଥିବାବେଳେ ସେମାନଙ୍କର ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ଦଳପାଇଁ କ୍ଷତିକାରକ ବୋଲି ଦର୍ଶାଇଛନ୍ତି। ଏଣୁ ପୂର୍ବରୁ ଏହି ୪ ଜଣ ଅଧ୍ୟକ୍ଷଙ୍କୁ ନେଇ ଯେଉଁ ଚର୍ଚ୍ଚା ହୋଇଥିଲା, ତାହା ଏବେ ସତରେ ପରିଣତ ହେବାକୁ ଯାଉଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବିଜେଡିରେ ବିସ୍ଫୋରଣ,ଗୋଟିଏ ଦିନ୍ତରେ ଇସ୍ତଫା ଦେଲେ ୩ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିବା...








