Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ନୂତନ ବିଜେପି ସଭାପତି ଭଗବାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଭଦ୍ରକ ଜିଲା ନୂତନ ବିଜେପି ସଭାପତି ଭଗବାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

8

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭାଜପା ସଭାପତି ଭାବେ ଭଗବାନ ପଣ୍ଡାଙ୍କ ନାମ ଘୋଷଣା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭଦ୍ରକ ସଭାପତି ପଦ ଘୋଷଣାରେ ବିଳମ୍ବ ହୋଇଥିବା ବେଳେ ଶେଷରେ ଭଗବାନଙ୍କୁ ଭରସା କରିଛି ଭାଜପା। ଜିଲାର ପ୍ରମୁଖ ନେତା, ବିଭିନ୍ନ ମଣ୍ଡଳର ସଭାପତି, ପଦାଧିକାରୀ ଓ କର୍ମୀ ମାନେ ସାକ୍ଷାତ କରି ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ସଭାପତି ଶ୍ରୀ ପଣ୍ଡା ମା ଭଦ୍ରକାଳୀଙ୍କ ମନ୍ଦିରକୁ ଯାଇ ମା ଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ପରେ ଇଚ୍ଛାପୁର ସ୍ଥିତ ଭାରତମାତା ମନ୍ଦିର ଭଦ୍ରକର ସଂଗ୍ରାମୀ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ତିହିଡ଼ି ବଜାରରେ ଥିବା ପ୍ରତିମୂର୍ତି ଓ ମଙ୍ଗରାଜପୁର ସ୍ଥିତ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି। ଏହାପରେ ବନ୍ତ ବ୍ଲକ ଓଡ଼ଙ୍ଗ ସ୍ଥିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ସେଠୀଙ୍କ ପ୍ରତିମୂର୍ତିି ଓ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି। ସେହିପରି ଭଦ୍ରକର ଭାଜପା ନେତା ସ୍ୱର୍ଗତ ରାୟରାମାନନ୍ଦ ମହାପାତ୍ରଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରି ଆର୍ଶୀବାଦ ନେଇଛନ୍ତି। ଭଦ୍ରକ ଜିଲାରେ କେବଳ ଧାମନଗର ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଦେଲେ ତୃଣମୂଳ ସ୍ତରରେ ଭାଜପାର ସଙ୍ଗଠନ ସେତେଟା ସୁଦୃଢ଼ ନଥିବା ବେଳେ ଏବେ ଭାଜପା ସରକାରକୁ ଆସିବା ପରେ ଧିରେ ଧିରେ ସଙ୍ଗଠନ ସୁଦୃଢ଼ ହେବାରେ ଲାଗିଛି। ଗତ ନିର୍ବାଚନରେ ଭଦ୍ରକ ସାଂସଦ ଆସନ ଭାଜପା ଦଖଲକୁ ଆସିଥିବା ବେଳେ ଭଦ୍ରକ ଓ ଧାମନଗର ୨ଟି ବିଧାନସଭା ଆସନ ମଧ୍ୟ ଭାଜପା ଦଖଲକୁ ଆସିଛି। ତେବେ ତୃଣମୂଳ ସ୍ତରରେ ବ୍ଲକ ଓ ପଂଚାୟତ ବିଜେଡ଼ି ଦଖଲରେ ଥିବା ବେଳେ ଆଗାମୀ ପଂଚାୟତ ନିର୍ବାଚନ ଭଗବାନଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ପରିସ୍ଥିତିରେ ଭଦ୍ରକ ଭାଜପାକୁ ଭଗବାନ ଭରସା ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ଭଗବାନ ପୂର୍ବରୁ ୨୦୦୦ ମସିହାରେ ବିଶ୍ୱ ହିନ୍ଦୁ ପରିଷଦର ଭଦ୍ରକ ନଗର ସଭାପତି ଦାୟିତ୍ୱରେ ଥିବା ବେଳେ ୨୦୦୪ ରେ ବସ୍ତା ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହିଥିଲେ। ପାର୍ଟିର ସମ୍ପାଦକ ଓ ସାଧାରଣ ସମ୍ପାଦକ ଦାୟିତ୍ୱରେ ରହି ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦିତ କରିଛନ୍ତି। ସେହିପରି ଗତ ଲୋକସଭା ନିର୍ବାଚନରେ ପ୍ରାର୍ଥି ଅଭିମନ୍ୟୁ ସେଠୀଙ୍କ ଦାୟିତ୍ୱରେ ମଧ୍ୟ ରହିଥିଲେ। ତାଙ୍କ ପାଖରେ ରାଜନୀତି ତଥା ସଙ୍ଗଠନର ଅଭିଜ୍ଞତା ରହିଛି। ଆଗକୁ ଜିଲାରେ ସଙ୍ଗଠନକୁ ମଜଭୁତ କରିବା ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବେ ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.