Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍‌ର ସ୍ୱତନ୍ତ୍ର ବୈଠକ, ବିଗତ ଋତୁରେ ସଫଳତା ପାଇଁ ପ୍ରଶଂସା ଓ...

ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍‌ର ସ୍ୱତନ୍ତ୍ର ବୈଠକ, ବିଗତ ଋତୁରେ ସଫଳତା ପାଇଁ ପ୍ରଶଂସା ଓ ଆଗାମୀ ଋତୁ ପାଇଁ ପ୍ରସ୍ତୁତି

33
????????????????????????????????????

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍‌ର ଆହ୍ୱାନ କ୍ରମେ ଟୁର୍ଣ୍ଣାମେଣ୍ଟ କମିଟି, ସିଲେକସନ୍ କମିଟି ଓ ଫାଇନାନ୍ସ କମିଟିର ଏକ ମିଳିତ ଅଧିବେଶନ ଅଗ୍ରୱାଲ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଉପେନ୍ଦ୍ର କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ସାଧାରଣ ସଂପାଦକ ଧୀରେନ ପଲାଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାମାନଙ୍କରେ ଭଦ୍ରକ ଜିଲା କ୍ରିକେଟ୍ ଟିମ୍ ଗୁଡିକର ପ୍ରଦର୍ଶନର ବିବରଣୀ ଓ ଆଗାମୀ କ୍ରୀଡା ଋତୁ ପାଇଁ ଯୋଜନାମାନ ଉପସ୍ଥାପନ କରିଥିଲେ । ଭଦ୍ରକ ଜିଲାର କ୍ରିକେଟର ସୂର୍ଯ୍ୟ ମହାପାତ୍ର ଓଡ଼ିଶା ଅଣ୍ଡର-୧୯ ଦଳର ଅଧିନାୟକ ରୂପେ ମନୋନୀତ ହୋଇଥିବାରୁ ତଥା ଓଡ଼ିଶା ରାଜ୍ୟ ମହିଳା କ୍ରିକେଟ୍ ଟିମ୍‌ରେ ଭଦ୍ରକରୁ ୨ ଜଣ, ପୂଜାରାଣୀ ଦାସ ଓ ମାଳତୀ ମୁର୍ମୁ ସ୍ଥାନ ପାଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ଆଗାମୀ କ୍ରିକେଟ୍ ଋତୁରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ହେବାକୁ ଥିବା ‘ଇଣ୍ଟ୍ରା କ୍ଲବ୍ କ୍ରିକେଟ୍‌’ ପାଇଁ ଏକ ଭିନ୍ନ ଢଙ୍ଗରେ ଭଦ୍ରକର ବିଭିନ୍ନ ଅଂଚଳରୁ ଖେଳାଳୀମାନଙ୍କୁ ଚୟନ କରି ଭଦ୍ରକ ବିଭିନ୍ନ ବର୍ଗ ପାଇଁ ଖେଳାଳୀ ଉପସ୍ଥାପନ କରିବ ବୋଲି ଶ୍ରୀ ପଲାଇ ସୂଚନା ଦେଇଥିଲେ । ଯାହା ଏହି ବୈଠକରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଜିଲାରେ ଅମ୍ପାୟାରମାନଙ୍କର ସଂଖ୍ୟା ଆଶାନୁରୂପ ନଥିବାରୁ ଅଧିକ ଅମ୍ପାୟାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଥିଲା ଓ ସମାଧାନ ସ୍ୱରୂପ ପ୍ରତ୍ୟେକ କ୍ରିକେଟ୍ କ୍ଲବ୍‌ର ଅନ୍ୟୁନ ୨ ଜଣ ୨୫ ବର୍ଷ ବୟସରୁ ଅଧିକ ଅବସରପ୍ରାପ୍ତ କ୍ରିକେଟରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଅଧିବେଶନ ଆରମ୍ଭରେ ଭଦ୍ରକ ଜିଲା କ୍ରିକେଟ୍ ଆସୋସିଏସନ୍‌ର ସଦସ୍ୟ, ଦିବଂଗତ ସୁରେନ ପଲାଇଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.