Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା

ଭଦ୍ରକ ଜିଲାସ୍ତରୀୟ ରେନ୍‌ବୋ ସ୍ୱାଭିମାନ ପଦଯାତ୍ରା

26

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅର୍ଦ୍ଧନାରୀଶ୍ୱର କିନ୍ନର ସଂଘ, ଓଡ଼ିଶା ରେନ୍‌ବୋ କଲେକଟିଭ୍ ଓ ସାଥୀ ଏନ୍‌ଜିଓର ମିଳିତ ଉଦ୍ୟମରେ ଭଦ୍ରକରେ ଜିଲାସ୍ତରୀୟ ରେନବୋ ସ୍ୱାଭିମାନ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଭଦ୍ରକର ବହୁ କିନ୍ନର ଯୋଗ ଦେଇଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ଏହି ପଦଯାତ୍ରାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଆଇ ଲଭ୍ ଭଦ୍ରକ ପଏଣ୍ଟରେ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଅର୍ଦ୍ଧ୍ୱନାରୀଶ୍ୱର କିନ୍ନର ସଂଘର ଭଦ୍ରକ ସଭାପତି ସୌମ୍ୟା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ସାଥୀ ଏନ୍‌ଜିଓର ବିଶ୍ୱଭୂଷଣ ପଟ୍ଟନାୟକ, ଶର୍ମିଷ୍ଠା ଦାସଙ୍କ ସମେତ ସୀମା ଟାଙ୍ଗୁର କିନ୍ନର, ସଂଜନା ସାସମଲ, ମାମିନି ମହାରଣା, ଏମ. ରାଜଶ୍ରୀ ପ୍ରମୁଖ ସାମିଲ ଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଦିନ ୧୦ ଟା ସମୟରେ ବାହାରି ଚାନ୍ଦବାଲି ବାଇପାସ୍ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବହୁ କିନ୍ନର ପ୍ରତିବନ୍ଧକ ମୁକ୍ତ ଶିକ୍ଷା ଦିଗରେ ଯୌନତା ଓ ଲିଙ୍ଗଗତ ବିଭିନ୍ନତ ସତ୍ୱେ ଶିକ୍ଷା କ୍ଷେତ୍ରରେ ସେମାନଙ୍କୁ ଅନ୍ତର୍ଭୁକ୍ତ ଓ ନିରପତ୍ତା ଭଳି ପ୍ଲା କାର୍ଡ ମାନ ଧରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସମାଜରେ ହେଉ ଅବା ନିଜ ପରିବାରରେ ଏଲ୍‌ଜିବିଟିଆଇ ବ୍ୟକ୍ତବିଶେଷମାନଙ୍କୁ ଗ୍ରହଣ କରି ସେମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନସେବା ଓ ନିଯୁକ୍ତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆସିପାରିବ, ସେ ଦିଗରେ ଗଣମାଧ୍ୟମ ଜନସାଧାରଣ ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଏହି ଶୋଭାଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି କିନ୍ନର ସୌମ୍ୟା କହିଥିଲେ । ଏବଂ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ସ୍ୱତନ୍ତ୍ର ଅଧିକାର ଦେଇଥିବାର ସୂଚାଇ ସେମାନଙ୍କୁ ସାଧାରଣ ମଣିଷଙ୍କ ଭଳି ସ୍ୱାସ୍ଥ୍ୟ, ଶିକ୍ଷା, ଆର୍ଥିକ କ୍ଷେତ୍ରରେ ସାମିଲ କରିବାର ଲକ୍ଷ୍ୟରେ ଏହି ପଦଯାତ୍ରା ଆଜିର ଦିନରେ ବିଶ୍ୱବ୍ୟାପୀ ଅନୁଷ୍ଠିତ ହେଉଥିବାର କହିଥିଲେ । ଏହି ପଦଯାତ୍ରାରେ ସେମାନଙ୍କୁ ସମର୍ଥନ ଜଣାଇ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍‌, କେ.ଏନ.ପି. ପ୍ଲସ୍ ଭଳି ବହୁ ସଂଗଠନ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.