Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାର ସମଗ୍ର ଦୂରଦର୍ଶୀ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଧାୟକ ସୀତାଂଶୁ

ଭଦ୍ରକ ଜିଲାର ସମଗ୍ର ଦୂରଦର୍ଶୀ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ବିଧାୟକ ସୀତାଂଶୁ

3

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସାକ୍ଷାତ କରି ଭଦ୍ରକ ଜିଲ୍ଲାର ସମଗ୍ର ଓ ଦୂରଦର୍ଶୀ ଉନ୍ନତି ପାଇଁ ବିସ୍ତୃତ ପ୍ରସ୍ତାବ ପ୍ରଦାନ କରିଛନ୍ତି। ବିଶେଷକରି ଭଦ୍ରକର ଆସ୍ଥାକେନ୍ଦ୍ର ମା ଭଦ୍ରକାଳୀଙ୍କ ପୀଠକୁ ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ଆଧୁନିକ ଓ ସୁସଂଗଠିତ ତୀର୍ଥକ୍ଷେତ୍ରରେ ପରିଣତ କରିବା,କୋରକୋରାରେ ୮୦ ଫୁଟ ଉଚ୍ଚ ଶ୍ରୀ ରାମଙ୍କ ପ୍ରତିମା ସହ ରାମାୟଣ ଆଧାରିତ ଥିମ୍ ପାର୍କ ଓ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ମାଧ୍ୟମରେ ଭଦ୍ରକକୁ ଧାର୍ମିକ ପର୍ଯ୍ୟଟନରେ ସ୍ଥାନ ଦେବା, ଅଟଳ ବସଷ୍ଟାଣ୍ଡ ଓ ଚରମ୍ପା ରେଲୱେ ଷ୍ଟେସନର ଆଧୁନିକ ସୁବିଧା ସହ ଉନ୍ନତିକରଣ ଓ ସହର ମଧ୍ୟ ଦେଇ ପ୍ରବାହିତ ସାଳନ୍ଦୀ ନଦୀର ନଦୀତଟ ସୌନ୍ଦର୍ଯ୍ୟକରଣ, ଚରମ୍ପା କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନା, ଭଦ୍ରକ ନଳାଙ୍ଗ ବାଇପାସ ରିଂ ରୋଡ଼ ପ୍ରକଳ୍ପର ନିର୍ମାଣ ଓ ପୂର୍ବ ଘୋଷିତ ଭଦ୍ରକ ମେଡିକାଲ କଲେଜ ଓ ଭଦ୍ରକ ବିଶ୍ୱବିଦ୍ୟାଳୟ ନିର୍ମାଣର ଶୁଭ ଶିଳାନ୍ୟାସ ପାଇଁ ବିଧାୟକ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି। ଏହି ସାକ୍ଷାତ୍ ଓ ପ୍ରସ୍ତାବ ପ୍ରଦାନ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢ଼ ଆଶ୍ୱାସନ ଦେଇ ପୂର୍ବ ଘୋଷିତ ଦୁଇ ପ୍ରକଳ୍ପର ଶୁଭ ଶିଳାନ୍ୟାସ ଖୁବ ଶୀଘ୍ର ହେବାକୁ ଯାଉଥିବାବେଳେ “ଭଦ୍ରକ ଜିଲ୍ଲାର ଉନ୍ନତି ପାଇଁ ଅର୍ଥ କେବେ ପ୍ରତିବନ୍ଧକ ସାଜିବ ନାହିଁ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.