
ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏବଂ ଭଦ୍ରକ ଡିଷ୍ଟ୍ରିକ୍ଟ ରିଟର୍ନିଂ ଅଫିସର ଅଧିବକ୍ତା ପୱନ ଶର୍ମା ଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ ତରଫରୁ ମନୋନୀତ ନୂତନ ବ୍ଲକ୍ / ମ୍ୟୁନିସିପାଲିଟି/ ଏନଏସି ସଭାପତି ଙ୍କ ନାମ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘୋଷଣା କରାଯାଇଛି। ଏହି ଘୋଷଣାପତ୍ର ଅନୁସାରେ ଚାନ୍ଦବାଲି (ଏନଏସି) – ଦିଜବର ରାଉତ, ଚାନ୍ଦବାଲି (ବ୍ଲକ) – ପ୍ରତାପ ଚନ୍ଦ୍ର ଧଳ, ଭଦ୍ରକ (ବ୍ଲକ) – ପ୍ରଫୁଲ୍ଲ କୁମାର ନାୟକ, ଭଦ୍ରକ ମ୍ୟୁନିସିପାଲିଟି – ସେକ ଜକାଉଲ୍ଲା, ବାସୁଦେବପୁର (ବ୍ଲକ) -ଦୀନବନ୍ଧୁ ଦାସ, ବାସୁଦେବପୁର ମ୍ୟୁନିସିପାଲିଟି – ଶ୍ୟାମସୁନ୍ଦର ମହାନ୍ତି, ଭଣ୍ଡାରିପୋଖରୀ (ବ୍ଲକ୍) – ଲକ୍ଷ୍ମୀଧର ସାହୁ, ବନ୍ତ (ବ୍ଲକ) – ଲକ୍ଷ୍ମୀକାନ୍ତ ମହାନ୍ତି, ତିହିଡି (ବ୍ଲକ) – ସୁରେନ୍ଦ୍ରନାଥ ନାୟକ, ଧାମନଗର (ଏନଏସି) – ବିଜୟ କେତନ ସାହୁ, ଧାମନଗର (ବ୍ଲକ) – ପ୍ରତାପ ସାମଲ ପ୍ରମୁଖ ରହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସମସ୍ତ ନୂତନ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ସ୍ୱାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରଦର୍ଶିତ ମାର୍ଗ କୁ ପାଥେୟ କରି ତଥା ଆମ ଦଳ ର ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ନୂତନ ସଭାପତି ବୃନ୍ଦ ଆମ ବିଜୁ ଜନତା ଦଳ କୁ ନିଶ୍ଚୟ ସୁଦୃଢ଼ ଏବଂ ବ୍ୟାପକ କରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଆଗାମୀ ଦିନରେ ଗ୍ରାମପଂଚାୟତ, ଏନଏସି ଓ ମ୍ୟୁନିସିପାଲିଟିର ପ୍ରତ୍ୟେକ ୱାର୍ଡ ରେ ଘରେ ଘରେ ବିଜୁ ଜନତା ଦଳର ବାର୍ତା ପହାଂଇବା ପାଇଁ ସମସ୍ତେ ଏକ ହୋଇ ସଂକଳ୍ପ ବଦ୍ଧ ହେବା ପାଇଁ ନୂତନ ସଭାପତିଙ୍କୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ।







