Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ୮ ଜେ.ଇ. ଓ ୧୭ ପିଇଓଙ୍କ ବଦଳି

ଭଦ୍ରକ ଜିଲାରେ ୮ ଜେ.ଇ. ଓ ୧୭ ପିଇଓଙ୍କ ବଦଳି

11

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବିଭିନ୍ନ ବ୍ଲକ୍‌ରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଆଜି ବଦଳି କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବଦଳି ହୋଇଛି। ଭଦ୍ରକ ଜିଲା ପରିଷଦ କାର୍ଯ୍ୟାଳୟର ଚିଠି ନଂ ୧୪୮୭/୯.୬ ରିଖ ଓ ଜିଲା ପଂଚାୟତ କାର୍ଯ୍ୟାଳୟର ଚିଠି ନଂ ୧୪୮୮/୯.୬ ରିଖରେ ଏହି ବଦଳି କରାଯାଇଛି। ପ୍ରଶାସନର ନିର୍ଦ୍ଦେଶରେ ୮ ଜଣ କନିଷ୍ଠ ଯନ୍ତ୍ରୀ ଓ ୧୭ ଜଣ ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଙ୍କୁ ବଦଳି କରାଯାଇଛି। ଭଦ୍ରକ ବ୍ଲକ୍‌ରେ କାର୍ଯ୍ୟରତ ଜୁନିୟର ଇଂଜିନିୟର ବୀଣାପାଣି ସମଦ, ଶୁଭପ୍ରକାଶ ଦାସଙ୍କୁ ବାସୁଦେବପୁର ବ୍ଲକ୍ ବଦଳି କରାଯାଇଛି। ସେହିପରି ଏହି ବ୍ଲକ୍‌ର ବିକାଶ କୁମାର ସିଂ ଙ୍କୁ ବନ୍ତ ବ୍ଲକ୍‌, ବନ୍ତ ବ୍ଲକ୍‌ର ପ୍ରଦୀପ କୁମାର ପରିଡାଙ୍କୁ ଭଣ୍ଡାରିପୋଖରୀ ବ୍ଲକ୍‌, ଏହି ବ୍ଲକ୍‌ର ଅମରଜ୍ୟୋତି ଦୀପକ କୁମାର ଜେନାଙ୍କୁ ଚାନ୍ଦବାଲି ବ୍ଲକ୍‌କୁ ବଦଳି କରାଯାଇଛି। ଚାନ୍ଦବାଲି ବ୍ଲକ୍‌ର ଜେଇ ପ୍ରଭାତ କୁମାର ବେହେରାଙ୍କୁ ଧାମନଗର ବ୍ଲକ୍‌, ଧାମନଗର ବ୍ଲକ୍‌ର ଦେବେନ୍ଦ୍ର କୁମାର ନାୟକଙ୍କୁ ଭଣ୍ଡାରିପୋଖରୀ ବ୍ଲକ୍ ବଦଳି କରାଯାଇଛି। ବଦଳି ହୋଇଥିବା ୧୭ ଜଣ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଭଦ୍ରକ ବ୍ଲକ୍‌ର କାର୍ଯ୍ୟରତ ଶ୍ରୀମନ୍ତ କୁମାର ସେଠୀଙ୍କୁ ଧାମନଗର, ସବିତା ବେହେରାଙ୍କୁ ଚାନ୍ଦବାଲି, ସୁପ୍ରିୟା ଭୂୟାଁ ଙ୍କୁ ବନ୍ତ, ଭଦ୍ରକ ବ୍ଲକ୍‌ର ରତିକାନ୍ତ ମଲ୍ଲିକଙ୍କୁ ବାସୁଦେବପୁର ବଦଳି କରାଯାଇଛି। ସେହିପରି ବନ୍ତ ବ୍ଲକ୍‌ର ଦୁଇଜଣ ଗଣେଶ ପ୍ରସାଦ ନାୟକ ଓ ସମୀକ୍ଷା ତ୍ରିପାଠୀଙ୍କୁ ଭଦ୍ରକ ବ୍ଲକ୍ ବଦଳି କରାଯାଇଛି। ବାସୁଦେବପୁର ବ୍ଲକ୍‌ର ମନୋଜ ବେହେରାଙ୍କୁ ଚାନ୍ଦବାଲି, ଶିବ ପ୍ରସାଦ ପଣ୍ଡାଙ୍କୁ ଚାନ୍ଦବାଲି, ଜଗନ୍ନାଥ ଦେହୁରୀଙ୍କୁ ଭଦ୍ରକ ବ୍ଲକ୍ ବଦଳି କରାଯାଇଛି। ଚାନ୍ଦବାଲି ବ୍ଲକ୍‌ର ପିଇଓ ମନୋଜ କୁମାର ଝାଲିଆ ଓ ପ୍ରଦୀପ କୁମାର ଜେନାଙ୍କୁ ତିହିଡି ବ୍ଲକ୍‌, ବବୃବାହନ ମଲ୍ଲିକ, ପିଜୁସକାନ୍ତ ଦାସଙ୍କୁ ବନ୍ତ ବ୍ଲକ୍‌କୁ ବଦଳି କରାଯାଇଛି। ଧାମନଗର ବ୍ଲକ୍‌ର ରବିନ୍ଦ୍ର କୁମାର ଧଳଙ୍କୁ ଭଦ୍ରକ ଓ ହେମନ୍ତ କୁମାର ଜେନାଙ୍କୁ ବାସୁଦେବପୁର ବ୍ଲକ୍‌, ନିରଞ୍ଜନ ଶଙ୍ଖୁଆଙ୍କୁ ବାସୁଦେବପୁର ବ୍ଲକ୍ ବଦଳି କରାଯାଇଛି। ତିହିଡି ବ୍ଲକ୍‌ର ନଳିନୀକାନ୍ତ ଦାସଙ୍କୁ ଚାନ୍ଦବାଲି ବ୍ଲକ୍ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.