Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଚାଷ ହୋଇଛି ୨,୮୭୧ ହେକ୍ଟର ଜମି

ଭଦ୍ରକ ଜିଲାରେ ଚାଷ ହୋଇଛି ୨,୮୭୧ ହେକ୍ଟର ଜମି

24

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାରେ ଏବେ ରବି ଧାନ ଅମଳ ଚାଲିଥିବା ବେଳେ ମେ ୨୮ ତାରିଖରୁ ସରକାରୀ ଭାବେ ଧାନ ସଂଗ୍ରହ ହେବ ବୋଲି ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଧାନ କିଣିବା ପାଇଁ ମିଲର ନିୟୋଜିତ ହୋଇନଥିବା ବେଳେ ଜିଲାରେ ୪୦ ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲାରେ ଚଳିତ ବର୍ଷ ପ୍ରଥମ ଥର ରବି ଧାନ ସଂଗ୍ରହ ହେବାକୁ ଥିବା ବେଳେ ସରକାରୀ ଦରରେ ରବି ଧାନ ବିକିବା ପାଇଁ ୧,୯୫୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ସୂଚନା ଦେଇଛନ୍ତି। ଗତ ଖରିଫ ଋତୁରେ ଜିଲାରେ ୩୪ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଯାହା ଜିଲାର ବାର୍ଷିକ ଚାଉଳ ଆବଶ୍ୟକତାର ୨ ଗୁଣ ଧାନ କିଣାଯାଇଛି। ତିହିଡ଼ି ବ୍ଲକରେ ସର୍ବାଧିକ ୧୧ଶହ ହେକ୍ଟର, ଭଣ୍ଡାରିପୋଖରୀ ବ୍ଲକରେ ୫୬୭ ହେକ୍ଟର, ଧାମନଗରରେ ୫୩୩ ହେକ୍ଟର, ବନ୍ତରେ ୪୦୫ ହେକ୍ଟର, ବାସୁଦେବପୁରରେ ୨୬୬.୪ ହେକ୍ଟର ଜମିରେ ରବି ଧାନ ଚାଷ କରାଯାଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ଦ୍ୱିଜବର ସେଠୀ କହିଛନ୍ତି। ଜଳସେଚନ ସୁବିଧା ନ ଥିବାରୁ ଭଦ୍ରକ ଓ ଚାନ୍ଦବାଲି ବ୍ଲକରେ ରବି ଧାନ ଚାଷ ହୋଇନଥିବା କହିଛନ୍ତି। ତେବେ ୭୦ ପ୍ରତିଶତ ରବିଧାନ ଅମଳ ହୋଇସାରିଥିବା ବେଳେ ଧାନ କିଣା ଆରମ୍ଭ ହୋଇନଥିବାରୁ ଅମଳ ଧାନକୁ ସୁରକ୍ଷିତ ରଖିବା ଚାଷୀଙ୍କ ଚାଷୀଙ୍କ ପାଇଁ ସମସ୍ୟା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.