ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନରେ ବେଶ୍ ଧୁମ୍ଧାମରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ଲଣ୍ଡନ କିଡସ୍, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ, ବରପଦା ବୈଷୟିକ ମହାବିଦ୍ୟାଳୟ , ମାର୍କୋୱେବ୍ ଟେକ୍ନୋଲୋଜି , ରୟାଲ ଆବାସିକ ମହାବିଦ୍ୟାଳୟ, ଚରମ୍ପା ଅବନ୍ତିକା କଲେଜ, ବିନାୟକ ମହାବିଦ୍ୟାଳୟ, ପ୍ରେସିଡେନ୍ସି ମହାବିଦ୍ୟାଳୟ, ସାଳନ୍ଦୀ ରେସିଡେଂଟିଆଲ, ଆରିହାଂଟ ଏକାଡେମୀ, ଭଦ୍ରକ ଡାକ ମଣ୍ଡଳ ସମେତ ଜିଲ୍ଲା ସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ବାଘୁରାଇ ସ୍କୁଲ , ଏନ୍ସି ହାଇସ୍କୁଲ, ଆରସିବିଏଲ୍ ହାଇସ୍କୁଲ, ଚରମ୍ପା ବାଲିକା ବିଦ୍ୟାଳୟ, ନୂଆବଜାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାଳୟ, ସନସାଇନ୍ ସ୍କୁଲ, ସତ୍ୟସାଇ ବିଦ୍ୟା ବିହାର ଏବଂ ଚମ୍ପ୍ୟାୟନ କ୍ଲବ, ଟାଉନ୍ ହଲ ଛକ, ଭଦ୍ରକ ବ୍ଲକ୍ କଲୋନୀ, ଡିଗି ସାହିର ଫ୍ରେଣ୍ଡସ୍ କ୍ଲବ୍, ବଙ୍କସାହି ଯୁବକ ସଂଘ କ୍ଲବ୍, ହିନ୍ଦୁସ୍ଥାନ ସମାଚାର ଅଫିସ୍, ଲୋକନାଥ ମନ୍ଦିର, ଦକ୍ଷିଣଶ୍ୱର କାଳୀ ମନ୍ଦିର ଗଣେଶ, ମଣିସାହି ୟୁଥ୍ କ୍ଲବ୍, ଭଦ୍ରକ ଠିକାଦାର ସଂଘ ଭଳି ବିଭିନ୍ନ ସ୍ଥାନରେ ଶ୍ରୀଗଣେଶଙ୍କ ପୂଜା ଉତ୍ସବ ଶଙ୍ଖ ଓ ଘଂଟଣ୍ଟଧ୍ୱନି ମଧ୍ୟରେ ଆରମ୍ଭ ହୋଇଛି । ମାକ୍ରୋୱେବ୍ ଟେକ୍ନୋଲୋଜିର ନିର୍ଦ୍ଦେଶିକା ନମ୍ରତ ରାୟ, ପରିଚାଳନା ନିର୍ଦ୍ଦେଶକ ମନୋଜ ରାୟଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହର ସହ ବିଘ୍ନ ବିନାଶକଙ୍କ ପୂଜୋତ୍ସବ ପାଳିତ ହୋଇଛି। ନୂଆ ବଜାର ସ୍ଥିତ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁମନ୍ଦିରରେ ଗୁରୁଜୀ-ଗୁରୁମାଙ୍କ ଗହଣରେ ଏହି ପୂଜୋତ୍ସବକୁ ବେଶ୍ ଯାକଜମକରେ ପାଳନ କରିଛନ୍ତି। ସେହିପରି ଆମ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ବାବା ବୁଢା ଗଣେଶଙ୍କ ପୂଜା ମଣ୍ଡପରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ୧୦୮ ଭୋଗ ଥାଳି ଲାଗି ହୋଇଥିଲା। ସନ୍ଧ୍ୟାରେ ଷୋଡଶ ଉପଚାର ପୂଜା ଓ ହୋମ ସଂପନ୍ନ ହେବାପରେ ବଡ ଆଳତୀ ଅନୁଷ୍ଠିତ ହୋଇଥିଲା। ଶିବଗଙ୍ଗା ପୁଷ୍କରଣୀ କୂଳରେ ଗଜାନନ କମିଟି ପକ୍ଷରୁ ମଧ୍ୟ ଅଗ୍ରପୂଜ୍ୟ ଗଣେଶଙ୍କ୍ୁ ଆରାଧନା କରାଯାଇଛି। ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଭଦ୍ରକ ବାସଭବନରେ ଆୟୋଜିତ ଶ୍ରୀଗଣେଶ ପୂଜା ଓ ବନ୍ଧୁ ମିଳନ ଉତ୍ସବରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।








