Home ଜିଲ୍ଲା ପରିକ୍ରମା ଭଦ୍ରକ : ଚିହ୍ନଟ ହେଲେ ୨୩୮ କରୋନା ଆକ୍ରାନ୍ତ

ଭଦ୍ରକ : ଚିହ୍ନଟ ହେଲେ ୨୩୮ କରୋନା ଆକ୍ରାନ୍ତ

32

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ୨୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ୨୪୧୧ ରହିଛି । ଏ ଯାବତ୍ ୪ଲକ୍ଷ ୭ହଜାର ୬୩୯ଜଣଙ୍କ ନମୁନା ପରୀକ୍ଷା ପରେ ଜିଲ୍ଲାରୁ ମୋଟ ୧୭ ହଜାର ୭୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ହଜାର ୨୮୩ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତମାନେ ଭଦ୍ରକ ପୌରପାଳିକାର କୁଆଁସ, ଉପରବାଗୁରାଇ, ବାଇପାସ୍‌, ଗରଦପୁର, ଶେଖ୍‌ସାହି, ସନ୍ଥିଆ, ବଙ୍କସାହି, ଅସ୍ତଳ, ପୁରୁଣାବଜାର, ଗବସାହି, ନରିପୁର, ଅପର୍ତ୍ତିବିନ୍ଧା, ଡାହାଣି ଗଡ଼ିଆ ଓ ଜାନୁଗଞ୍ଜରୁ ମିଶାଇ ମୋଟ ୨୫ଜଣ, ବନ୍ତ ବ୍ଳକର ଅଣିଜୋ, ବାଙ୍କତୀରା, ଆଡିଆ, କନ୍ତିଆ, ସାହୁପଡ଼ା ଗ୍ରାମରୁ ମୋଟ ୯ଜଣ, ବାସୁଦେବପୁରର ଦାମୋଦରପୁର ଗ୍ରାମରୁ ୨ଜଣ, ତିହିଡ଼ି ବ୍ଲକର ଭାଟପଡା, ଦୋଳସାହି, ଗୋଳାପୋଖରୀ, ବାହାବଳପୁର, କାଁପଡା, ନରେନ୍ଦ୍ରପୁର, ଆରସା, ପାଳିଆ, ବହରପାଳ, ତାଳପଦା ଗ୍ରାମରୁ ମୋଟ ୨୧ଜଣ, ଧାମନଗର ବ୍ଳକର ଶଇଲୋ, ବାବୁରିଗାଁ, ଦଳାଙ୍ଗ, ଧୁଷୁରୀ, ଫତେପୁର, କରଦା, ପଛାଲୋ, କଳ୍ୟାଣୀ, ଗଢିଆଳି, ପଙ୍ଗଟା ଓ ଖପରପଦା ଗ୍ରାମରୁ ୫୮ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ବ୍ଳକର ଦେଉଳପୁର, ଇଚ୍ଛାପୁର, ବେଲଦା, ଚଣ୍ଡିଗାଁ, ସାମରାଇପୁର, ବଳନ୍ତ, କାଉପୁର, ଓଲଙ୍ଗ, ରାହାଞ୍ଜ, ରାନ୍ଦିଆ, ଏରେଇଁ, ଗେଲଟୁଆ, କେଦାରପୁର, ଖଣ୍ଡତଡ଼ା, ନଳାଙ୍ଗ, ଆଟୋ, ସାହାଡା ପ୍ରଭୃତି ଗ୍ରାମରୁ ମୋଟ ୩୦ଜଣ, ଚାନ୍ଦବାଲି ବ୍ଳକର ନଳଗୋହିରା, ବିଜୟନଗର, ନୂଆଗାଁ, ଧାମରା, ଘଣ୍ଟେଶ୍ୱର, ଯଶିପୁର, ନାଲଗୁଣ୍ଡା, ତୋଟାପଡା, ଉତୁକୁଡା ଆଦି ଗ୍ରାମରୁ ୧୨ଜଣ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକରୁ ମଢିଆଳି, ଦକ୍ଷିଣବାଡ, ଜଳମଣ୍ଡୁଆ, ମଞ୍ଜୁରୀରୋଡ, ଆଖୁଆପଦା, ପାଟୁଳି, ମାଳଦା, ତେସିଙ୍ଗା, ରାଜେନ୍ଦ୍ରପୁର ଗ୍ରାମରୁ ମୋଟ ୩୫ଜଣ, ଧାମନଗର ଏନ୍‌ଏସିରୁ ୨ଜଣ, ଅନ୍ୟ ଜିଲ୍ଲାରୁ ୧୦ ଏବଂ ଭଦ୍ରକ ଜିଲ୍ଲାରୁ ୩୪ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.