Home ଜିଲ୍ଲା ପରିକ୍ରମା ଭଦ୍ରକ ଚିନ୍ତନ ଚକ୍ରରେ ସଦାଶିବ ନାୟକଙ୍କ ‘ମାଲଗୁଡି ପାଇଁ ବାଘଟିଏ’ ଅନୁବାଦ ପୁସ୍ତକ ଉନ୍ମୋଚିତ

ଭଦ୍ରକ ଚିନ୍ତନ ଚକ୍ରରେ ସଦାଶିବ ନାୟକଙ୍କ ‘ମାଲଗୁଡି ପାଇଁ ବାଘଟିଏ’ ଅନୁବାଦ ପୁସ୍ତକ ଉନ୍ମୋଚିତ

31

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସ୍ତବ ଜୀବନର ସାରାଂଶ ହିଁ ଉପନ୍ୟାସ। ଯେଉଁଥିରେ ବାସ୍ତବ ଜୀବନର ଚିତ୍ର ନିଖୁଣ ଭାବରେ ଚିତ୍ରିତ ହୋଇଥାଏ ବୋଲି ଆଜି ସନ୍ଧ୍ୟାରେ ସ୍ଥାନୀୟ ଭଦ୍ରକ କ୍ଲବ୍ ପରିସରରେ ଚିନ୍ତନ ଚକ୍ରର ୧୩୫ତମ ଅଧିବେଶନରେ ବିଶ୍ୱ ସାହିତ୍ୟରେ ଏକ ପ୍ରମୁଖ ଆସନ ଲାଭ କରିଥିବା ଆର.କେ. ନାରାୟଣଙ୍କ ମୂଳ ଲେଖାର ଓଡ଼ିଆ ଅନୁବାଦ ପୁସ୍ତକ ବର୍ଷିୟାନ ସାହିତ୍ୟିକ ସଦାଶିବ ନାୟକଙ୍କ ଦ୍ୱାରା ‘ମାଲଗୁଡି ପାଇଁ ବାଘଟିଏ’ କୁ ଉନ୍ମୋଚନ କରି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଆଜିର ଏହି ଉନ୍ମୋଚନ ଉତ୍ସବରେ ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଡାକ୍ତର ଦୁର୍ଯ୍ୟୋଧନ ଦାସ ଓ ସମୀକ୍ଷକ ଭାବେ ଡ. ବ୍ରଜମୋହନ ମିଶ୍ର ଯୋଗଦେଇ ଭାରତୀୟ ଇଂରାଜୀ କଥାକାରଙ୍କ ମଧ୍ୟରେ ଆର.କେ. ନାରାୟଣ ବିଶ୍ୱ ସାହିତ୍ୟରେ ଏକ ପ୍ରମୁଖ ଆସନ ଲାଭ କରିଥିବାବେଳେ ତାଙ୍କର ‘ଏ ଟାଇଗର ଫର୍ ମାଲଗୁଡି’ ର ଓଡ଼ିଆ ଅନୁବାଦ କରି ବର୍ଷିୟାନ ସାହିତ୍ୟିକ ଶ୍ରୀ ନାୟକ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି ବୋଲି କହିଥିଲେ।

ସମୀକ୍ଷକ ଡ. ମିଶ୍ର ଆର.କେ. ନାରାୟଣଙ୍କ ଏଭଳି ଏକ କ୍ଲାସିକ୍ (ଚିରାୟତ) ଧର୍ମୀ ଉପନ୍ୟାସର ଅନୁବାଦ କରି ଏକ ପଶୁ ଭିତରେ ମଧ୍ୟ ଦେବତ୍ୱର ଆତ୍ମା କିଭଳି ବିଦ୍ୟମାନ ଯାହା ମଣିଷ ମଧ୍ୟରେ ଅଛି, ତାହା ଦର୍ଶାଇଥିଲେ। ଏକ ବାଘର ଆତ୍ମକଥା ହିଁ ଏହି ଉପନ୍ୟାସର କଥାବସ୍ତୁ ହୋଇଥିବାବେଳେ ସାହିତ୍ୟିକ ଶ୍ରୀ ନାୟକ ନିଜ ପରିଣତ ବୟସରେ ଅନୁବାଦ କରି ସାରସ୍ୱତ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବାରୁ ତାଙ୍କର ଶତାୟୁ କାମନା କରିଥିଲେ। ଏହି ଉତ୍ସବ ପ୍ରାରମ୍ଭରେ ଚିନ୍ତନ ଚକ୍ରର ଆବାହକ ତଥା ଅଧିବକ୍ତା ନିତ୍ୟାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ କ୍ଷୀରୋଦ ମିଶ୍ର ଅତିଥି ପରିଚୟ ଓ ଘନଶ୍ୟାମ ଲେଙ୍କା ଗୀତା ପାଠ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର, ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ସମାଜସେବୀ ଅଜୟ ନାୟକ, ପ୍ରେମ ପୃଥିବୀର ସଂପାଦକ କୈଳାସ ପଣ୍ଡା, ଅଧ୍ୟାପକ ଗୋଲକ ବିହାରୀ ସାହୁ, ପ୍ରଫେସର ଅଟଳ ନାୟକ, ପ୍ରଫେସର ଡ. ଝରଣା ପଟ୍ଟନାୟକ, ନଳିନୀ ନାୟକ, ହରିଶ ଦାସ, ରମେଶ ନାୟକ, ଡ. ଭାଗବତ ତ୍ରିପାଠୀ, ବିଜୟୀ ବହଳି, ଗୋଲକ ମଲ୍ଲିକ, ଅଧିବକ୍ତା ଅଗଣି ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସାହିତ୍ୟିକ ଶ୍ରୀ ନାୟକଙ୍କ ସୁପୁତ୍ର ସୁବ୍ରତ ନାୟକ ଓ ସମ୍ବିତ ମିଶ୍ର ପରିଚାଳନା କରିଥିବାବେଳେ ସଂଜୀବ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.