Home ଜିଲ୍ଲା ପରିକ୍ରମା ଭଦ୍ରକ : ଚାରିଘରିଆସ୍ଥିତ ଶନିମନ୍ଦିରରୁ ଚୋରି

ଭଦ୍ରକ : ଚାରିଘରିଆସ୍ଥିତ ଶନିମନ୍ଦିରରୁ ଚୋରି

39

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଚାରିଘରିଆସ୍ଥିତ ଶନି ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଜଣାପଡିଛି । ତେବେ ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିବାରୁ ଏଥିରେ ସଂପୃକ୍ତ ଦୃବୁର୍ତ୍ତମାନଙ୍କ ପରିଚୟ ଶୀଘ୍ର ମିଳିଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଉକ୍ତ ମନ୍ଦିରର ପୂଜାରୀ ମନ୍ଦିରକୁ ଆସି ଦାନବାକ୍ସ ବାହାରେ ଭଙ୍ଗା ଅବସ୍ଥାରେ ଫିଙ୍ଗାଯାଇଥିବାର ଦେଖିôଥଲା । ଦୃବୁର୍ତ୍ତମାନେ ସେଥିରେ ଥିବା ଭକ୍ତମାନଙ୍କର ଦାନ ଟଙ୍କାକୁ ନେଇଯାଇଛନ୍ତି । ଏପରିକି ଠାକୁରଙ୍କ ମୁକୁଟ ସହ ଅନେକ ସାମଗ୍ରୀ ଚୋରି ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ଗ୍ରୀଲ୍ ତାଲା ଭାଙ୍ଗି ଚୋରମାନେ ଏହି ଚୋରି କାର୍ଯ୍ୟ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.