Home ଜିଲ୍ଲା ପରିକ୍ରମା ଭଦ୍ରକ ଗୋପାଳଜୀଉ ଗୋଶାଳାକୁ ୨୧ ଲକ୍ଷ ୨ ହଜାର ୨୨୦ ଟଙ୍କାର ଆର୍ଥିକ ଅନୁଦାନ

ଭଦ୍ରକ ଗୋପାଳଜୀଉ ଗୋଶାଳାକୁ ୨୧ ଲକ୍ଷ ୨ ହଜାର ୨୨୦ ଟଙ୍କାର ଆର୍ଥିକ ଅନୁଦାନ

7

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ପଂଜିକୃତ ଗୋଶାଳାଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଆର୍ଥିକ ଅନୁଦାନ ଦେବା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭଦ୍ରକ ସର୍ବ ପୁରାତନ ଶ୍ରୀ ଶ୍ରୀ ଗୋପାଳଜୀଉ ଗୋଶାଳାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାଣୀ କଲ୍ୟାଣ ଯୋଜନାରେ ୨୧ ଲକ୍ଷ ୨ ହଜାର ୨୨୦ ଟଙ୍କା ର ଅନୁଦାନ ରାଶି ଦିଆଯାଇଛି। ଏହି ଅନୁଦାନ ରାଶି ଚେକ୍ ଆକାରରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୋଶାଳାର ଆଜୀବନ ସଦସ୍ୟ ସୌରଭ ଗୁପ୍ତାଙ୍କୁ ଭୁବନେଶ୍ୱରସ୍ଥିତ ଓୟୁଏଟିର ସ୍ୱାମୀନାଥମ୍ ହଲ୍‌ରେ ପ୍ରଦାନ କରିଛନ୍ତି। ଏହି ଚେକ୍ ପ୍ରଦାନ କାଳରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ମୁଖ୍ୟ ସଚିବ ସୁରେଶ କୁମାର ବଶିଷ୍ଟ, ପ୍ରାଣୀ ଓ ପଶୁ ସଂପଦ ସେବାର ନିର୍ଦ୍ଦେଶକ ରାମାଶିଷ ହାଜରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିନିମନ୍ତେ ଶ୍ରୀ ଗୁପ୍ତାଙ୍କ ସମେତ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଗୋଶାଳାର ସଭାପତି କାଶୀନାଥ ସାହୁ, ସଂପାଦକ ଶ୍ୟାମସୁନ୍ଦର ଗୁପ୍ତା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, କିଶୋର ମହାପାତ୍ର, ଅଧିବକ୍ତା ପବନ ଶର୍ମା ପ୍ରମୁଖ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.