ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ପ୍ରତିଷ୍ଟାତା ଖବରକାଗଜ ଏଜେଂଟ ତଥା ଭଦ୍ରକ ନଲେଜ ସେଂଟର ପରିଚାଳକ ଶେଖ ଆସିଫ୍ ଅଲ୍ଲୀଙ୍କ ମାତା ତଥା ବିଶିଷ୍ଟ ମହିୟସୀ ମହିଳା ସମାଜସେବୀ ଗୋଲାବୁନ ବିବିଙ୍କ ଗତକାଲି ବିଳମ୍ବିତ ରାତି ୨ ଟା ୧୫ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର (୯୨) ବର୍ଷ ହୋଇଥିଲା । ଗୋଲାବୁନ ବିବିଙ୍କ ୩ ଗୋଟି ଝିଅ ଅନୱରୀ ବିବି , ତାହେରା ବେଗମ , କୌସେରା ବେଗମ ଓ ଗୋଟିଏ ପୁଅ ଶେଖ ଆସିଫ୍ ଅଲ୍ଲୀ ସହିତ ସମସ୍ତ ଜୋଇଁ, ବୋହୁ ଓ ସମସ୍ତ ନାତି/ ନାତୁଣୀ ବଡ ନାତି ଶେଖ ଅନୱର , ଜ଼ାଯିବ କାଦରୀ, ଜ଼ରୀନ କାଦରୀ, ନାୟବ ଅଖତର, ଓସୀମ ଅଖତର,ଶେଖ ପରୱେଜ଼ ଶେଖ ରାସିଦ ଅହେମଦ , ପ୍ରଭାତ ମହାନ୍ତି, ଶଶୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୋଲାବୁନ ବିବି ଜଣେ ଆଦର୍ଶ ସମାଜସେବୀ ଭାବେ ପରୋପକାର କରି ସୁନାମ ଅର୍ଜନ କରିଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣି ଜିଲାବ୍ୟାପୀ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ କରିବାକୁ ବହୁ ମାନ୍ୟଗଣ ବ୍ୟକ୍ତି, ସାମ୍ବାଦିକଙ୍କ ସମେତ ନଲେଜ ସେଂଟର ପରିବାରର ସମସ୍ତ ହକର ଭାଇ ମାନେ ଉପସ୍ଥିତ ରହିଥିଲେ । ଜୋହର ନମାଜ ପରେ ୨ ଘଟିକା ସମୟରେ ଜନାଜା ନମାଜ ପାଠ ଶେଖସାହି ମସଜିଦ ରେ କରାଯାଇ ଶଙ୍କରପୁର ସ୍ଥିତ ବଡ ମଇଦାନ ଠାରେ ଦିନ ୩ ଘଟିକା ସମୟରେ କବର ଦିଆ ଯାଇଥିଲା।