ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କୋର୍ଟ ପରିସରରେ ଭଦ୍ରକ ଓକିଲ ସଂଘର ମଧୁସୂଦନ ପାଠାଗାର ଉଦ୍ଘାଟନ ହୋଇଯାଇଛି । ଭଦ୍ରକର ବିଶିଷ୍ଟ ଉଦ୍ୟୋଗପତି ତଥା ଆଡଭୋକେଟ୍ ରାମଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବରେ ଯୋଗଦେଇ ମଧୁସୂଦନ ପାଠାଗାରକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ବେହରା ତାଙ୍କର ବକ୍ତବ୍ୟରେ ଭଦ୍ରକ ବାରର ଉତୋରତର କାମନା କରିବା ସହିତ ପାଠାଗାର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଭଦ୍ରକ ବାରକୁ ଆଗକୁ ନେବା ସହିତ ଆଇନ୍ଜୀବିଙ୍କ ଅସୁବିଧା ସମୟରେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟିନୀ ଉତ୍ସବରେ ବରିଷ୍ଠ ଆଇନ୍ଜୀବି ନିରାକାର ଜେନା ବିଶିଷ୍ଠ ଅତିଥି ଭାବରେ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାରର ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତ୍ି କରୁଣାକାର ଦାଶ, ପବନ ଶର୍ମା, ସନ୍ତୋଷ ନାୟକ, ହରିହର ଧଳ, ତାହେର ଅହମ୍ମଦ, ପୂର୍ବତନ ସଭାପତି ବିଷ୍ଣୁମୋହନ ମହାପାତ୍ର, ସେକ୍ ଜୁଲୁଫିକର ଅଲ୍ଲି, ପ୍ରଫୁଲ୍ଲ ପାଢ଼ୀ, ବିଜନ୍ କୁମାର ଜେନା, ନିକୁଂଜ ପୁହାଣ, ଅଭୟ ସେଠୀ, ହିମାଂଶୁ ମହାନ୍ତି, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ସଂଗ୍ରାମ କେଶରୀ ଜେନା, ସଂଜୟ କୁମାର ନାୟକ ସମେତ ବହୁ ବରିଷ୍ଟ ଏବଂ କନିଷ୍ଟ ଆଇନଜିବୀମାନେ ଯୋଗ ଦେଇଥିଲେ । ପ୍ରଥମେ କୋର୍ଟ ପରିସରରେ ଆଡଭୋକେଟ୍ ଶ୍ରୀ ବେହେରା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ କୋର୍ଟ ପରିସରେ ବୃକ୍ଷରୋପଣ କରିଥିଲେ । କୋଭିଡ ନିୟମକୁ ପାଳନ କରାଯାଇ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ସଂଘର ସହ-ସମ୍ପାଦକ ଲାଇବ୍ରେରି ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।