Home ଜିଲ୍ଲା ପରିକ୍ରମା ଭଦ୍ରକ: କେନ୍ଦୁଝର ପୁଲିସ୍ ସ୍କାନରରେ ଥିବା ମୋଷ୍ଟ ୱାେଂଟଡ ଗୋ ମାଫିଆ ରାଜନ ଗିରଫ, ଘରୁ...

ଭଦ୍ରକ: କେନ୍ଦୁଝର ପୁଲିସ୍ ସ୍କାନରରେ ଥିବା ମୋଷ୍ଟ ୱାେଂଟଡ ଗୋ ମାଫିଆ ରାଜନ ଗିରଫ, ଘରୁ ମିଳିଲା ପ୍ରାୟ ୭୦ ଲକ୍ଷ ଟଙ୍କା, ଘର ଓ ଜମିର ମୂଲ୍ୟ ୩.୩୦ କୋଟି

1

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ପୁଲିସ୍‌ର ମୋଷ୍ଟ ୱାଂଟେଡ ତାଲିକାରେ ଥିବା ଭଦ୍ରକ ସହରର ପୁରୁଣା ବଜାର ମୁଲ୍ଲାସାହି ନିବାସୀ କୁଖ୍ୟାତ ଗୋ ମାଫିଆ ସେକ ରାଜନ ଓରଫ ସେକ ତାଜୁଦ୍ଦିନର୍ ଘରେ ଆଜି କେନ୍ଦୁଝର ଏସପି ଙ୍କ ନିର୍ଦେଶରେ ଚାରୋଟି ଜିଲ୍ଲାର ଗୋତସ୍କରୀ ଲିଙ୍କରେ ଥିବା ଅଭିଯୁକ୍ତମାନଙ୍କ ଘର ଉପରେ କେନ୍ଦୁଝର ଓ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରାଯାଇଛି।ଭଦ୍ରକ, କେନ୍ଦୁଝର, ଯାଜପୁର ଏବଂ ମୟୁରଭଞ୍ଜର ୪୬ଟି ସ୍ଥାନରେ କେନ୍ଦୁଝର ପୋଲିସ ଚଢ଼ାଉ କରୁଛି । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅନ୍ତର୍ଗତ ସାନ୍ତରାପୁର, କାଳିଆହାତା, ତେଲକୋଇ, ଘସିପୁରା, ତୁରୁମୁଙ୍ଗା ଏବଂ ଜାମୁଜୋଡି; ମୟୂରଭଞ୍ଜ ଜିଲ୍ଲାର ବିଶୋଇ, କରଞ୍ଜିଆ, ଝାରପୋଖରିଆ, ତେେଂଟାପୋଶି, ଚଢେଇଭୋଳ, କେନ୍ଦ୍ରେଇ ଏବଂ ଠାକୁରମୁଣ୍ଡା; ଯାଜପୁର ଜିଲ୍ଲାର କୋରେଇ ଏବଂ ଭଦ୍ରକ ଜିଲ୍ଲାରେ ଚଢ଼ାଉ ଚାଲିଛି। ଏହି ବ୍ୟାପକ ଅଭିଯାନର ନେତୃତ୍ୱ ଦୁଇଜଣ ଅତିରିକ୍ତ ପୋଲିସ ଏସ୍ ପି ନେଉଛନ୍ତି। ଚଢାଉ ଟିମ୍ ରେ ୫ ଜଣ ଡିଏସପି, ୨୫ ଜଣ ଇନ୍ସପେକ୍ଟର, ୩୬ ଜଣ ଏସଆଇ ଏବଂ ଏ ଏସ ଆଇ ସାମିଲ ଅଛନ୍ତି । ୧୮ ପ୍ଲାଟୁନ ପୋଲିସ ଫୋର୍ସ ସହାୟତାରେ ଜୋରଦାର ଚଢାଉ ଅଭିଯାନ ଜାରି ରହିଛି। କେନ୍ଦୁଝର ପୋଲିସର ମୋଷ୍ଟ ୱାେଂଟଡ ଲିଷ୍ଟରେ ଥିବା ରାଜନ ନାମରେ ବିଭିନ୍ନ ଥାନାରେ ୧୨ ଟି ମାମଲା ରହିଛି।ବର୍ତମାନ ସୁଦ୍ଧା ରାଜନ ଘରୁ ପ୍ରାୟ ନଗଦ ୭୦ ଲକ୍ଷ ଟଙ୍କା , ସୁନା ଗହଣା, ଭଦ୍ରକ ବାଇପାସ ରେ ଥିବା କସମୋ ସପିଙ୍ଗ ମଲ୍‌, ଗାୟତ୍ରୀ ଆବାସିକ ନର୍ସିଂ କଲେଜ ଏବଂ ଦୁଇଟି ସ୍କୋର୍ପିଓ ସମେତ ଏକାଧିକ ଗାଡ଼ି ଜବତ ହୋଇଛି। ଦୀର୍ଘ ମାସ ହେବ କେନ୍ଦୁଝର ପୋଲିସ ସ୍କାନରରେ ରାଜନ ରହିଥିବା ବେଳେ ଆଜି ଏହି ରେଡ କରାଯାଇଛି। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ନେତୃତ୍ୱରେ ଏହି ଚଢଉରେ ୧୦ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି। ମାପ ଚୁପ୍ ପାଇଁ କେନ୍ଦୁଝର ପଂଚାୟତରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ସାମିଲ ହୋଇଛନ୍ତି । ଫିକ୍ସ ଡିପୋଜିଟ, ଏଲଆଇସି, ମ୍ୟୁଚଆଲ୍ ଫଣ୍ଡ ଓ ବ୍ୟାଙ୍କ୍ ଲକର୍ ଯାଂଚ ହେବ ବୋଲି ସୂଚନା ମିଳିଛି। କେଉଁଝର ପଂଚାୟତରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସୂଚନା ଅନୁସାରେ ତାର କୋଠା, ଜମିଗୁଡିକର ମୂଲ୍ୟ ଅଦ୍ୟାବଧି ୩ କୋଟି ୩୦ ଲକ୍ଷ ବୋଲି ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.