ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟର ବିସିଏ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଙ୍ଗ୍ ଦ୍ୱାରା ଆସନ୍ତାକାଲିକୁ ପୁନଃକଳ୍ପନା କରିବା ଶୀଷର୍କରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କିଟ୍ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗ ର ଆସିଷ୍ଟାଂଟ ପ୍ରଫେସର ଡ଼ କୁମାର ସୁରଜିତ୍ ଚୌଧୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତା ଏବଂ ମେସିନ୍ ଲର୍ଣ୍ଣିଙ୍ଗ୍ ଶିକ୍ଷା, ଚିକିତ୍ସା, କୃଷି, ବ୍ୟବସାୟ ଏବଂ ପରିବହନ ମାଧ୍ୟମରେ ବଡ଼ ପରିବର୍ତନ ଆଣିବ। ଏହି ପ୍ରଯୁକ୍ତି ମାନେ ମାନବ ଜୀବନକୁ ଅଧିକ ସୁବିଧାଜନକ ଏବଂ ଆଧୁନିକ କରିବାରେ ମୂଳ ଭୂମିକା ନିଭାଇବ ବୋଲି ମତ ବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଦୁର୍ଗା ଶଙ୍କର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବିଭାଗୀୟ ମୁଖ୍ୟ ଡ଼ ପଦ୍ମନାଭ ପତ୍ରୀ ଅତିଥି ପରିଚୟ ଓ ବିବରଣୀ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ରବିନାରାୟଣ ସେନାପତି, ରଶ୍ମିରେଖା ଦାସ,ପୁଲକ୍ ଚନ୍ଦନ ବିହାରୀ, ବୀଣାପାଣି ପାଢ଼ୀ,ରଶ୍ମିପ୍ରଭା ପଣ୍ଡା, ରଶ୍ମି ରଞ୍ଜନ ସେଠୀ,ସମ୍ବିତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ଜଗଦୀଶ ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ।








