Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ପୂର୍ବତନ ଅଧ୍ୟକ୍ଷ ଡ. ପ୍ରସନ୍ନ ବିଶ୍ୱାଳଙ୍କ ପରଲୋକ

ଭଦ୍ରକ କଲେଜ ପୂର୍ବତନ ଅଧ୍ୟକ୍ଷ ଡ. ପ୍ରସନ୍ନ ବିଶ୍ୱାଳଙ୍କ ପରଲୋକ

105

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର, ପ୍ରାକ୍ତନ ଅଧ୍ୟାପକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଶ୍ୱାଳଙ୍କ ନିଜ ବାସଭବନରେ ପରଲୋକ ଘଟିଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରୁ ଘରକୁ ଫେରିଆସିଥିଲେ । ହଠାତ୍ ଅସୁସ୍ଥ ହେବା ପରେ ତାଙ୍କୁ ଭଦ୍ରକ ହସ୍‌ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁେ ରଭଦ୍ରକ ମହାବିଦ୍ୟାଳୟ ସମେତ ସମଗ୍ର ଭଦ୍ରକରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମର ଶରୀରକୁ କର୍ମଭୂମୀ ଭଦ୍ରକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରୁ ସକାଳେ ତାଙ୍କ ଜନ୍ମ ମାଟି ବଚ୍ଛଦା ଗାଁକୁ ନିଆଯାଇଥିଲା । ସ୍ୱର୍ଗତଃ ବିଶ୍ୱାଳ ସୋର ନିକଟବର୍ତ୍ତୀ ବଚ୍ଛଦା ଗାଁରେ ଜନ୍ମଗ୍ରହଣ କରିଥିଲେ । ଭଦ୍ରକ ମହାବିଦ୍ୟାଳୟ ଇତିହାସରେ ସ୍ମାତକ ପାସ୍ କରିବା ପରେ ବାଣୀବିହାରରୁ ଏମ୍‌.ଏ. ଅଧ୍ୟୟନ କରିଥିଲେ । ପରେ ସେ ସରକାରୀ ମହାବିଦ୍ୟାଳୟ ଅଧ୍ୟାପନାରେ ଯୋଗ ଦେଲେ । ସେ ବରଗଡ ମହାବିଦ୍ୟାଳୟ, ଫକୀର ମୋହନ ମହାବିଦ୍ୟାଳୟ ଓ ଭଦ୍ରକ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପନା କରି ସୁନାମ ଅର୍ଜନ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ନେଭାଲ ଅଫିସର ଭାବରେ ସେ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିଲା । ଚାକିରୀରେ ଶେଷ କାଳରେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଗତ ଏପ୍ରିଲ ମାସରେ ଅବସର ନେଇଥିଲେ । ତାଙ୍କ ପତ୍ନୀ ଶ୍ରୀମତୀ ଉତ୍ପଳା ନାୟକ ଚରମ୍ପା ମହାବିଦ୍ୟାଳୟରେ ଇତିହାସର ଅଧ୍ୟାପିକା ଅଛନ୍ତି । ଡ. ବିଶ୍ୱାଳଙ୍କ ବିୟୋଗରେ ପ୍ରଫେସର ଡ. ସନାତନ ମହାନ୍ତି, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଶୈଳେନ୍ଦ୍ର ମହାପାତ୍ର, ଡ. ଶଶଧର ଦାସ, ଡ. ବ୍ରଜମୋହନ ମିଶ୍ର, ଡ. ଗୋଲକ ବିହାରୀ ସାହୁ, ଡ. ବଳରାମ ମିଶ୍ର, ଡ. କ୍ଷୀରୋଦ ସାମଲ, ଆଇନ୍‌ଜୀବୀ ଗଦାଧର ବଳ ଓ ପ୍ରଶାସନିକ ଅଧିକାରୀ ତଥା ଘନିଷ୍ଠ ସାଙ୍ଗ ପଦ୍ମନ ରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.