Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ବୈଠକ

ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦ ବୈଠକ

5

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂସଦର ସଭାପତି ଡ. ଦେବେନ୍ଦ୍ରେ ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଏବଂ ସମ୍ପାଦକ ଅଜୟ ନାୟକଙ୍କ ସଂଚାଳନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ବନ୍ଧରେ ଉକ୍ତ ବୈଠକ ଆହୁତ ହୋଇଥିଲା। ପ୍ରାରମ୍ଭରେ ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦୁଃଖଦ ଆତ୍ମାହୁତି ଘଟଣା ପାଇଁ ତାଙ୍କର ଆମର ଅତ୍ମାର ସଦ୍‌ଗତି ନିମିତ ନୀରବ ପ୍ରାର୍ଥନା କରାଯାଇଥିଲା। ଭଦ୍ରକ ମହାବିଦ୍ୟାଳୟରେ ରହିଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗାଶଙ୍କର ଦାସଙ୍କ ସହିତ ଆଲୋଚନା କରାଯିବା ସହିତ ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା। ବିଶେଷ କରି ମହାବିଦ୍ୟାଳୟର ପାଚେରୀ ନଥିବାରୁ ଅଣଛାତ୍ରଙ୍କ ପ୍ରବେଶ, ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ପକାଇବାକୁ କଡ଼ାକଡି କରିବା, ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଯୋଗାଯୋଗ କରି ସେମାନଙ୍କର ନିୟମିତ ଉପସ୍ଥାନ ବୃଦ୍ଧି କରାଇବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର କମିଟି ଗଠନ କରି ଏହାକୁ ତ୍ୱରାନ୍ୱିତ କରିବା, ଅଧ୍ୟାପକ ଅଧ୍ୟାପିକା ଯେପରି ନିୟମିତ କ୍ଲାସ୍ କରିବେ ସେ ଦିଗରେ ଧ୍ୟାନ ଦେବାକୁ ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଅଭିଯୋଗ ପାଇଁ ଏକ ଅଭିଯୋଗ ବାକ୍ସ ସ୍ଥାପନ କରିବା ଏବଂ ମିଳୁଥିବା ଅଭିଯୋଗର ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ କୁହାଯିବା ସହିତ ଏକ କମିଟି ମାଧ୍ୟମରେ ଆଭ୍ୟନ୍ତୀରଣ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଥିଲା। ବୈଠକରେ ଡା. ଦୁର୍ଯ୍ରୋଧନ ଦାସ, ଆଡ଼ଭୋକେଟ ପର୍ଶୁରାମ ଦ୍ୱିବେଦୀ, ଗୋବର୍ଦ୍ଧନ ସାମଲ, ଇନ୍ଦ୍ରମଣି ପଣ୍ଡା, ସୌରେଶ ଚନ୍ଦ୍ର ମହାନ୍ତି, ସରୋଜ ତପନ ଦାସ, ଚାରୁଲତା ମହାପାତ୍ର, ସଂଗ୍ରାମ କିଶୋର ମହାନ୍ତି ପ୍ରମୁଖ ବିଭିନ୍ନ ମତ ଉପସ୍ଥାପନ କରିଥିବା ବେଳେ ଅମରେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.