Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଭଦ୍ରକ କଲେଜ ଜାତୀୟ ସେବା ଯୋଜନା ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

55

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ତ୍ରିରଙ୍ଗାର ମହନୀୟତା ଉପରେ ଆଲୋକପାତ କରିଥିଲେ। ଏନଏସଏସ ଯୋଜନା ଅଧିକାରୀ ସୁଦର୍ଶନ ଦାସ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ପ୍ରଫେସର ଡ. ଦୁର୍ଗାଶଙ୍କର ଦାଶ ଦେଶପ୍ରେମ ଓ ଦେଶର ମହାନତା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ଧୀରେନ୍ଦ୍ର କୁମାର ନାୟକ, ଅଧ୍ୟାପିକା ସ୍ୱପ୍ନା ସୋନାଲିକା ଜେନା, ପ୍ରଫେସର ବସନ୍ତ ବେହେରା, ପ୍ରଫେସର ପ୍ରଫୁଲ୍ଲ ବାରିକ ଓ ପ୍ରଫେସର ଧର୍ମଜିତ୍ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ପତାକା ଧରି ଦେଶଭକ୍ତିର ସ୍ଲୋଗାନମାନ ଦେଇ ଏକ ବିରାଟ ଶୋଭାଯାତ୍ରା କରିଥିଲେ। ପ୍ରଫେସର ଶୁଭେନ୍ଦୁ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତ୍ରିରଙ୍ଗାକୁ ନିଜ ମନରେ ହୃଦୟରେ ଓ ବିଶ୍ୱାସରେ ରଖିବା ପାଇଁ ଅଭିବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.