ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜ ର ୧୯୯୫ବ୍ୟାଚ ର ସ୍ନାତକ ବ୍ୟାଚ ର ବନ୍ଧୁମିଳନ କଲେଜ ପରିସର ରେ ଅନୁଷ୍ଟିତ ହୋଇଯାଇଛି। ଦିଲ୍ଲୀପ ଗାହାଣ ଓ ନିରୁପମା ପତି ଙ୍କ ର ଆବାହକତ୍ୱରେ ୧୯୯୫ ସ୍ନାତକ ବ୍ୟାଚ ର ବନ୍ଧୁ ମିଳନ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୦ ବର୍ଷ ପରେ ୧୯୯୫ ସ୍ନାତକ ବ୍ୟାଚ ର ମହାମିଳନ ସମସ୍ତଙ୍କ ମନରେ ଖୁସି ର ମାହୋଲ ସୃଷ୍ଟି କରିଥିଲା. ଉକ୍ତ ବ୍ୟାଚ ର ପଦ୍ମନାଭ ପତ୍ରୀ ଯିଏ କି ବର୍ତମାନ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ର ବିଭାଗ ମୁଖ୍ୟ ଅଧ୍ୟାପକଙ୍କର ସଭାପତିତ୍ୱ ରେ ଏ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥୀ ଭାବରେ ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ବଳରାମ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବରେ ବର୍ତମାନ ର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗାଶଙ୍କର ଦାସ ଯୋଗ ଦେଇ ୧୯୯୫ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ନିରୁପମା ପତି ଏବଂ ପ୍ରଦୀପ୍ତ ସ୍ୱାଇଁ ସଭା ପରିଚାଳନା କରିଥିଲେ। ରଶ୍ମିରଞ୍ଜନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ କରୁଣାକର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବନ୍ଧୁ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା। ସଭା ର ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ୍େୱଦ ଓଁକାର ଧ୍ୱନି କରାଯାଇଥିଲା ଏବଂ ତତ୍ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ମନମୋହନ ସିଂ, ଦିବଂଗତ ଅଧ୍ୟାପକ ଏବଂ ୧୯୯୫ ବ୍ୟାଚ ର ଦିବଂଗତ ବନ୍ଧୁ ମାନଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଓଁମ ରଥ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଏବଂ ଆର୍ଯ୍ୟ ଉପାସନା ଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ସେମାନଙ୍କୁ ଅତିଥି ମାନଙ୍କର ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ବ୍ୟାଚ ର ବନ୍ଧୁ ମାନେ ନିଜ ନିଜର ଆତ୍ମ ପରିଚୟ ଓ ବର୍ତମାନ ର କର୍ମମୟ ଜୀବନ ବିଷୟରେ ବର୍ଣ୍ଣନା କରିଥିଲେ। ପରେ ବନ୍ଧୁ ମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ପରିବେଷଣ ହୋଇଥିଲା. ଉକ୍ତ ମହାମିଳନ କାର୍ଯ୍ୟ କ୍ରମରେ ଦିଲ୍ଲୀପ ଗାହାଣ, ପଦ୍ମନାଭ ପତ୍ରୀ, ସନ୍ତୋଷ ପାଣିଗ୍ରାହୀ, ସତ୍ୟଜିତ ରଥ, ପ୍ରଦୀପ ନାୟକ, ରଶ୍ମୀ ରଞ୍ଜନ ଦାସ, ନିରୁପମା ପତି, କଳ୍ପନା ନାୟକ, ପୁଷ୍ପଲତା ସେନାପତି, ହେମେନ୍ଦ୍ର ପରିଡା, କରୁଣାକର ନାୟକ, ସଚ୍ଚି ତ୍ରିପାଠୀ, ଗୟାଧର ସାହୁ, ଶ୍ରୀକାନ୍ତ ବାରିକ, ରାମପ୍ରସାଦ ବାରିକ, ନିରଞ୍ଜନ ସୂତାର, ଜିତୁ ସାବତ ଏବଂ ଅନ୍ୟମାନେ ସହଯୋଗ କରିଥିଲେ। ପରିଶେଷରେ ରେ ଦିଲ୍ଲୀପ ଗାହାଣ ସମସ୍ତ ଅତିଥି ଓ ବନ୍ଧୁ ବାନ୍ଧବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରତିବର୍ଷ ପାଇଁ ଏ ବନ୍ଧୁ ମିଳନ ନିମନ୍ତେ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ।ଏପରି କାର୍ଯ୍ୟ କ୍ରମରେ ପୂର୍ବତନ ଅଧ୍ୟାପକ ତଥା ବୁଦ୍ଧିଜୀବୀମାନେ ଖୁବ ପସନ୍ଦ ଓ ପ୍ରଶଂସା କରିଥିଲେ।