Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜର ସାମୁହିକ ବିକାଶ ପାଇଁ ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

ଭଦ୍ରକ କଲେଜର ସାମୁହିକ ବିକାଶ ପାଇଁ ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର

8

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବିଭିପି, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ୟୁନିଟ ପକ୍ଷରୁ ଓଡ଼ିଶା ସରକାରଙ୍କର ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭଦ୍ରକ କଲେଜର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ଏକ ପ୍ରତିନିଧି ମଣ୍ଡଳୀଙ୍କ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବି ମଧ୍ୟରେ ମୁଖ୍ୟତଃ କଲେଜ ପରିସରରେ ସମ୍ପୂର୍ଣ ପାଚେରୀ ନିର୍ମାଣ, ଅଧା ପନ୍ତରିଆ ହୋଇ ପଡ଼ିଥିବା ମୁଖ୍ୟ ଫାଟକର ନିର୍ମାଣକୁ ତୁରନ୍ତ ଶେଷ କରିବା, ମୁଖ୍ୟ ଫାଟକରୁ କଲେଜ୍ ରୋଡ଼କୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ନିର୍ମାଣାଧୀନ କଲଭର୍ଟକୁ ତୁରନ୍ତ ଶେଷ କରିବା ଆଦି ବିଭିନ୍ନ ଦାବିକୁ ମନ୍ତ୍ରୀ ଗ୍ରହଣ କରିବା ସହ ଏସବୁ କାର୍ଯ୍ୟର ତ୍ୱରିତ ପଦକ୍ଷେପ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ତୁରନ୍ତ ସମାଧାନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ର ଛାତ୍ରୀ ମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣେଇବା ସହ ଏବିଭିପିର ମାସିକ ପତ୍ରିକା ଛାତ୍ର ସନ୍ଦେଶ ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସମୟରେ ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଛାତ୍ର ତଥା ଏବିଭିପି ଭଦ୍ରକର ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ପ୍ରତିମା ପଣ୍ଡା, ରୁଦ୍ର ପ୍ରତାପ ଆଚାର୍ଯ୍ୟ, ଦେବାଶିଷ ପାଣିଗ୍ରାହୀ, ଅତେବ କୁମାର ସାହୁ, ଭଦ୍ରକ କଲେଜର ପୁରାତନ ବିଦ୍ୟାର୍ଥୀ ତଥା ଏବିଭିପିର ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସ, ଦୁର୍ଗା ଶଙ୍କର ଜେନା ଏବଂ ମୁକେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.