Home ଜିଲ୍ଲା ପରିକ୍ରମା ଭଦ୍ରକ କଂଗ୍ରେସର ବ୍ଲକ ଓ ଟାଉନ ସଭାପତି ମନୋନୀତ,ସରୋଜ ନାୟକ ବ୍ଲକ ସଭାପତି ଓ ଫରୟାଦ...

ଭଦ୍ରକ କଂଗ୍ରେସର ବ୍ଲକ ଓ ଟାଉନ ସଭାପତି ମନୋନୀତ,ସରୋଜ ନାୟକ ବ୍ଲକ ସଭାପତି ଓ ଫରୟାଦ ଖାନ ଟାଉନ ସଭାପତି

5

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ବ୍ଲକ ଓ ଟାଉନ କଂଗ୍ରେସର ସଭାପତି ମନୋନୀତ ହୋଇଛନ୍ତି । ବ୍ଲକ ଓ ଟାଉନ କଂଗ୍ରେସ କମିଟିର ଯୁବ ସଭାପତି ଚୟନ କରିଛନ୍ତି । ଆଗାମୀ ନିର୍ବାଚନ କୁ ନଜରରେ ରଖି ଏଭଳି ପଦକ୍ଷେପ ନିଆ ଯାଇଛି । ବ୍ଲକ କଂଗ୍ରେସ ସଭାପତି ଭାବେ ସରୋଜ ନାୟକ ଏବଂ ଟାଉନ କଂଗ୍ରେସ ସଭାପତି ଭାବେ ଫରୟାଦ ଖାନ ଙ୍କୁ ନୂତନ ସଭାପତି ଭାବେ ମନୋନୀତ କରାଯାଇଛି । ସଭାପତି ମନୋନୀତ ହେଲା ପରେ ଭଦ୍ରକ ମୁଲ୍ଲାସାହି ଛକ ରୁ ଏକ ମୋଟରସାଇକେଲ ଶୋଭାଯାତ୍ରା ରାଲି ବାହାରି ପୁରୁଣା ବଜ଼ାର ଛକ , ନଂଘା ମହଲ୍ଲା, କଚେରୀ ବଜ଼ାର ହୋଇ ସହର ପରିକ୍ରମା କରି କଂଗ୍ରେସ ର ଯୁବ ନେତା ଅସିତ (ବୁଲୁ) ପଟନାୟକ ଙ୍କ ବାସଭାବନରେ ପହଂଚିଥିଲେ । ସଭାପତି ଚୟନ ପରେ ଜାତୀୟ କଂଗ୍ରେସର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ , ଅନନ୍ତ ପ୍ରସାଦ ସେଠୀ , ବୁଲୁ ପଟ୍ଟନାୟକ , ନଳିନୀ ମହାନ୍ତି , ହାଜି ଅବଦୁଲ ମୁକିତ ଖାନ, ହାଜି ଅବଦୁଲ ୟାସିନ ଖାନ, ରାଜନ ଲାହା ପ୍ରମୁଖ ନୂତନ ବ୍ଲକ ଓ ଟାଉନ କଂଗ୍ରେସର ନୂତନ ସଭାପତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସରୋଜ ନାୟକ ଙ୍କ ଘର ଅର୍ଣ୍ଣପାଳ ସ୍ଥିତ କୋର୍କରା ଗ୍ରାମର ହୋଇଥିବା ବେଳେ ଫରୟାଦ ଖାନ ଙ୍କ ପୁରୁଣା ବଜ଼ାର ସ୍ଥିତ ମୁଲ୍ଲାସାହି ର ଘର ହୋଇଥିବା ବେଳେ ବ୍ଲକ କଂଗ୍ରେସ ଓ ଟାଉନ କଂଗ୍ରେସ କମିଟି ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଆଗାମୀ ନିର୍ବାଚନକୁ ନଜରରେ ରଖି ଭଦ୍ରକରେ କଂଗ୍ରେସର ପ୍ରଥମ ସ୍ଥାନ ଅଧିକାର କରିବେ ବୋଲି ଜିଲ୍ଲା ଯୁବ ନେତା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.