Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଙ୍ଘ ଓ ଜିଲା ପ୍ରଶାସନ ପକ୍ଷରୁ ଆଇନଜୀବୀ ଦିବସ ଓ ବାରିଷ୍ଟର ମଧୁସୂଦନ...

ଭଦ୍ରକ ଓକିଲ ସଙ୍ଘ ଓ ଜିଲା ପ୍ରଶାସନ ପକ୍ଷରୁ ଆଇନଜୀବୀ ଦିବସ ଓ ବାରିଷ୍ଟର ମଧୁସୂଦନ ଦାସ ଜୟନ୍ତୀ ପାଳିତ

13

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଓକିଲ ସଙ୍ଘ ଦ୍ୱାରା ପୁରୁଣା ଓକିଲ ସଙ୍ଘ ସଭା ଗୃହରେ ଆଇନଜୀବୀ ଦିବସ ଓ ବାରିଷ୍ଟର ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି।ସକାଳ ସମୟରେ ଭଦ୍ରକ ଓକିଲ ସଙ୍ଘର ସଭାପତି ସନ୍ତୋଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶତାଧିକ ଆଇନଜୀବୀ ପୁରୁଣା କୋର୍ଟ ପରିସରରେ ଥିବା ମଧୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସାରିବା ପରେ ସଭାପତି ଶ୍ରୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ ଯାଇଥିଲା। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ କାର୍ତିକ ଚନ୍ଦ୍ର ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଭଦ୍ରକ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ ସାମଲ ଯୋଗ ଦେଇ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଅଧିବକ୍ତା ଦିବ୍ୟସିଂ ନାୟକ, ପବନ ଶର୍ମା, ମନୋରଞ୍ଜନ ମହାନ୍ତି, ଗଦାଧର ବଳ, ଅରୁଣ ଚାନ୍ଦ ପ୍ରମୁଖ ବାରିଷ୍ଟର ମଧୁସୂଦନ ଦାସଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅଶୋକ ନାୟକ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହ ସଂପାଦକ ନିକୁଞ୍ଜ କିଶୋର ପୁହାଣ, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ପୂର୍ଣ୍ଣିଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ନାୟକ, ରାଧା ଦାସ,ସନ୍ତୋଷ ମହାପାତ୍ର, ଅତିଶ ବେହେରା, ସଞ୍ଜୀବ ମହାପାତ୍ର, ଜିତେନ୍ଦ୍ର ଦାସ, ମାନସ ଦାସ, ଅରୁଣ କୁମାର ମିଶ୍ର, ରାଜୀବ ବାରିକ, ଗୋପବନ୍ଧୁ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ଭଦ୍ରକର ପୁରୁଣା ଜିଲା କୋର୍ଟ ତଥା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ କାର୍ତିକନାଥ ମଣ୍ଡଳ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପୌର ନିର୍ବାହୀ ଅଧିକାରୀ ତାପସ ସାମଲ, ଜିଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କାଙ୍କ ସମେତ ଭଦ୍ରକ ଓକିଲ ସଂଘ, ଉତ୍କଳ ସମ୍ମିଳନୀ, ବରିଷ୍ଠ ନାଗରିକ ସଂଘର କର୍ମକର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.