Home ଜିଲ୍ଲା ପରିକ୍ରମା ଭଦ୍ରକ ଉଠା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ

ଭଦ୍ରକ ଉଠା ଜଳସେଚନ ବିଭାଜନ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳିତ

4
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ, ଭଦ୍ରକ ଓଡ଼ିଶା ଉଠା ଜଳସେଚନ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ଆଜି ପାଳିତ ହୋଇଯାଇଛି। ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବରେ ନିର୍ବାହୀ ଯନ୍ତ୍ରୀ ଇଂ ଦୁଃଶାସନ ଜେନା ଅଧ୍ୟକ୍ଷତା କରିଥିବାବେଳେ ଏହି ଉତ୍ସବରେ ରାଣୀତାଲ କେଭିକେ ର ଜୁନିୟର ସାଇଂଟିଷ୍ଟ ଡ. ସଂଜୟ ମହାନ୍ତି ମୁଖ୍ୟ ଅତିଥି, ନାବାର୍ଡର ଡିଡିଏମ୍ ଦୀପକ କୁମାର ସାହୁ, ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ଅଭୟ କୁମାର ପଣ୍ଡା, ବାଲେଶ୍ୱର ସର୍କଲର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ଜଗବନ୍ଧୁ ବେହେରା, ଭଦ୍ରକର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ନରୋତମ ସ୍ୱାଇଁ, ହର୍ଟିକଲଚର ଲାଇନ୍ ଡିପାର୍ଟମେଂଟର ଏଚ ଜେନା, କୃଷି ବିଭାଗର ବୈଜ୍ଞାନିକ ଲୋପାମୁଦ୍ରା ମହାକୁଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପକ୍ଷ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ସୂଚାଇଥିଲେ। ଏବଂ ଚାଷୀମାନେ ପାଣି ପଂଚାୟତ ମାଧ୍ୟମରେ ଉନ୍ନତମାନର ବିଭିନ୍ନ କିସମର ଚାଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଇଂ କଳାକାର ବାରିକ ପ୍ରାରମ୍ଭରେ ସହକାରୀ ଯନ୍ତ୍ରୀ (ବିଦ୍ୟୁତ) ଇଂ କଳାକାର ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ଭଦ୍ରକ ଉଠା ଜଳସେଚନ ଡିଭିଜନ ଅଧୀନରେ ଅଦ୍ୟାବଧି ୧୫ ଶହରୁ ଉର୍ଦ୍ଧ୍ୱ ଉଠା ଜଳସେଚନ ପ୍ରକଳ୍ପ ରହିଥିବାର କହିଥିଲେ। ଗତ ୨୦୨୩-୨୪ ରେ ନାବାର୍ଡ ସହାୟତାରେ ୧୧୦ ଟି ନୂତନ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ ହୋଇଥିବାବେଳେ ରାଜ୍ୟ ଯୋଜନା ମାଧ୍ୟମରେ ୫୭ଟି ଅଚଳ ପ୍ରକଳ୍ପ ସଚଳ କରାଯାଇଥିଲା। ଅନୁରୂପ ୨୦୨୪-୨୫ ରେ ୧୨୦ ଟି ନୂତନ ପ୍ରକଳ୍ପ ସ୍ଥାପନ କାର୍ଯ୍ୟ ଚାଲୁ ରହିଥିବାବେଳେ ରାଜ୍ୟ ଯୋଜନା ମାଧ୍ୟମରେ ୬୦ଟି ଅଚଳ ପ୍ରକଳ୍ପକୁ ସଚଳ କରିବା ପାଇଁ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କହିଥିଳେ। ଏଥିସହ ୪୦ଟି ସଚଳ ପ୍ରକଳ୍ପକୁ ସୁଦୃଢୀକରଣ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୨୦୨୫-୨୬ ରେ ୬୫ଟି ନୂତନ ପ୍ରକଳ୍ପ ସ୍ଥାପନ କରାଯିବାର ସ୍ଥିରୀକୃତ ହୋଇଥିବା ବିଷୟ ସୂଚାଇଥିଲେ। ବାସୁଦେବପୁରର ଅନ୍ୟତମ ସହକାରୀ ଯନ୍ତ୍ରୀ (ବିଦ୍ୟୁତ୍‌) ଇଂ ପ୍ରଫୁଲ୍ଲ କୁମାର ସ୍ୱାଇଁ ଅତିଥି ପରିଚୟ ଦେଇଥିଲେ। ଚାଷୀଙ୍କ ମଧ୍ୟରୁ ପଦ୍ମନାଭ ପାଣିଗ୍ରାହୀ, ପ୍ରକାଶ ସାହୁ ବିଦ୍ୟୁତ୍ ବିଭାଗର ଅବହେଳା ବିଷୟରେ ଅଭିଯୋଗ କରିଥିଲେ। ଏହି ଅବସରରେ ପାଣି ପଂଚାୟତ ଉପରେ ବିଭିନ୍ନ ବିଦ୍ୟାଳୟ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏହି ଉତ୍ସବକୁ ବାସୁଦେବପୁରର କନିଷ୍ଠ ଯନ୍ତ୍ରୀ ଇଂ ଭୀମସେନ ମଲିକ, ଇରମର କନିଷ୍ଠ ଯନ୍ତ୍ରୀ ସତ୍ୟଚରଣ ଚକ୍ରବର୍ତୀ, ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.