Home ଜିଲ୍ଲା ପରିକ୍ରମା ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀର ଉଦ୍‌ଘାଟନୀ...

ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବ

51

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀ “ନୂଆ-ଓ” ର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ୮ ଓ ୧୦ ଘଟିକାରେ ପର୍ଯ୍ୟାୟକ୍ରମେ ଏହି ଦୁଇ ଶିକ୍ଷାନୁଷ୍ଠାନରେ ଓଡ଼ିଆ ସାହିତ୍ୟରେ ଉତ୍କଳୀୟ ସଂସ୍କୃତି, କଳା ଏବଂ ଐତିହ୍ୟର ପ୍ରତିଫଳନ ବିଷୟକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଡ. ପ୍ରଫେସର ଡ. ଦୁର୍ଗାଶଙ୍କର ଦାସ, ନୂଆ-ଓ ର ନୋଡାଲ ଅଧିକାରୀ ଡ. ଅଜିତ୍ କୁମାର ଦାସ, ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଭାଷା ବିଶାରଦ ପ୍ରଫେସର ଡ. ଶଶଧର ଦାସ, କାଉନସିଲର ପ୍ରତିନିଧି ପଙ୍କଜ କୁମାର ବଳ, ଇଂ ଅଭୟ ସୂତାର, ବୁଦ୍ଧିଜୀବୀ ଅଜୟ ନାୟକ, ଡ. ଦୁର୍ଯ୍ୟୋଧନ ଦାସ, ପ୍ରଫେସର ଡ. ଶୈଳେନ୍ଦ୍ର କୁମାର ମହାପାତ୍ର, ବିଶ୍ୱଭାରତୀ ପ୍ରଫେସର ଡ. ରବିନ୍ଦ୍ର କୁମାର ଦାସ, ପ୍ରଫେସର ଡ. ଦେବେନ୍ଦ୍ର ରାଉତ, ଡ. ସନ୍ତୋଷ କୁମାର ସେଠୀ, ଡ. ଲକ୍ଷ୍ମୀକାନ୍ତ ନାୟକ ଏବଂ ମହାବିଦ୍ୟାଳୟର ସଂଯୋଜିକା ଡ. ମନୋରମା ନାୟକ, ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଂଯୋଜିକା ଡ. ମନୋରମା ନାୟକ ଏବଂ ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂଯୋଜିକା ଡ. ସ୍ମୃତିରେଖା ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.