ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଏକ ଅଗ୍ରଣୀ ମହିଳା ଅନୁଷ୍ଠାନ ଇନରହୁଇଲ୍ କ୍ଲବ୍, ଭଦ୍ରକର ବାର୍ଷିକ ଅଧିଷ୍ଠାନ ଦିବସ ବାଇପାସ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ସଦସ୍ୟା ଝରଣା ପଟ୍ଟନାୟକ ଓ ପରମଜିତ କୌରଙ୍କ ପରିଚାଳନାରେ ସଭାପତି କାଦମ୍ବିନୀ ମହାନ୍ତି, ଉପ ସଭାପତି ଅନିମା ନାୟକ, ଆଇପିସି ସ୍ନେହଲତା ବେହେରା, ସେକ୍ରେଟାରୀ ପ୍ରଣତି ମଲ୍ଲିକ, ଜଏଣ୍ଟ ସେକ୍ରେଟାରୀ ସୁରଜିତ ନାୟକ, କୋଷାଧ୍ୟକ୍ଷ ବୀଣାପାଣି ପଣ୍ଡା, ଆଇଏସ୍ ଓ ରଶ୍ମିରେଖା ପରିମାଣିକ ଏବଂ ଏଡିଟର ସରୋଜବାଳା ମହାନ୍ତି ପୁନର୍ବାର ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଭଦ୍ରକ ଜିଲାପାଳଙ୍କୁ ଟ୍ରେନ୍ ଦୁର୍ଗତଙ୍କ ସହାୟତା ପାଇଁ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବାବେଳେ ସମାଜ, ଶିକ୍ଷା ଓ ସାହିତ୍ୟରେ ନାରୀ ମାନଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ଇଂ ଅବନ୍ତୀ ମଲ୍ଲିକ, ଡ. ପ୍ରଭାତ ନଳିନୀ ମହାପାତ୍ର, ଚାରୁଲତା ମହାପାତ୍ର ଓ ସୁରଜିତା ନାୟକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ପ୍ରଭାତୀ ଜେନା, ଅଂଜୁବାଳା ରାଉତ, ସ୍ମିତା ମହାନ୍ତି, ତପସ୍ୱିନୀ ପୋହି ଓ ଜେମାମଣି ନାୟକଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।