Home ଜିଲ୍ଲା ପରିକ୍ରମା ଧସିଲା ବୈତରଣୀ ନଦୀବନ୍ଧ, ଆତଙ୍କିତ ସ୍ଥାନୀୟ ଲୋକେ

ଧସିଲା ବୈତରଣୀ ନଦୀବନ୍ଧ, ଆତଙ୍କିତ ସ୍ଥାନୀୟ ଲୋକେ

40

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦୁଇଶହ ଫୁଟ୍ ଧସିଲା ବୈତରଣୀ ନଦୀର ନଦୀବନ୍ଧ । ଆତଙ୍କିତ ଅବସ୍ଥାରେ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ । ଭଦ୍ରକ ଜିଲା ଆରଡି ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ନଦୀବନ୍ଧ ଧସିଛି । ନିମ୍ନମାନର କାମ ପାଇଁ ୧୫ଦିନରେ ନଦୀବନ୍ଧ ଧସିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଭଦ୍ରକ ଜିଲା ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀକୁ ଗତକାଲି ରାତିରେ ପାଖାପାଖି ୨ ଶହ ଫୁଟର ନଦୀବନ୍ଧ ଧସିଯାଇଛି । ଆଜି ସକାଳେ ଗାଁ ଲୋକ ଏହାକୁ ଦେଖିବା ପରେ ଆତଙ୍କିତ ହୋଇପଡିଛନ୍ତି । ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଷାଠିବାଙ୍କୁଡା ଠାରେ ପ୍ରବାହିତ ବୈତରଣୀ ନଦୀବନ୍ଧର ସ୍ଥାୟୀ ମରାମତି ପାଇଁ ମାଟି ପକାଯାଇଥିଲା । ମାଟି ଯେପରି ଜୁଆର ଓ ବନ୍ୟା ପାଣିରେ ଧୋଇନଯାଏ ସେଥିପାଇଁ ପଥର ପ୍ୟାକିଂ ମଧ୍ୟ କରାଯାଇଥିଲା । ହେଲେ କାମ ହେବାର ୧୫ଦିନ ମଧ୍ୟରେ ନଦୀ ମଧ୍ୟକୁ ପଥର ଧସିଯାଇଥିବା ବେଳେ ବନ୍ଧରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଫଳରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.