ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୮ଟା ସମୟରେ ଭଦ୍ରକ ସହରର ବାଇପାସ୍ ସ୍ଥିତ ଆରଏମ୍ସି ମାର୍କେଟ୍ରେ ଥିବା ୨ଟି ଗୋଦାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ସକାଳ ପ୍ରାୟ ୮ଟା ସମୟରେ ଆରଏମ୍ସି ମାର୍କେଟ୍ରେ ଥିବା ଲୋକେ ବିସ୍କୁଟ ଗୋଦାମରୁ ଧୂଆଁ ବାହାରୁଥିବାର ଦେଖିôଥଲେ। ପରେ ସେଥିରେ ଅଗ୍ନିକାଣ୍ଡ ଘଟିଥିବାର ଜଣାପଡିବା ପରେ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହି ଅଗ୍ନିକାଣ୍ଡ ଫଳରେ ବିସ୍କୁଟ ଗୋଦାମ ସହ ପରବର୍ତୀ ସମୟରେ ଏକ ପ୍ଲାଷ୍ଟିକ୍ ବୋତଲ ଓ ଚେୟାର ଥିବା ଗୋଦାମକୁ ନିଆଁ ବ୍ୟାପିଥିଲା। ଅଗ୍ନିଶମ ବାହିନୀର ୩ଟି ଗାଡି ସେଠାରେ ପହଂଚି ନିଆଁକୁ ଆୟତ କରିଛି।