Home ଜିଲ୍ଲା ପରିକ୍ରମା ଭଦ୍ରକ : ଆମ ପରିବାର ସଦସ୍ୟଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜୁମ୍ ମିଟିଂ

ଭଦ୍ରକ : ଆମ ପରିବାର ସଦସ୍ୟଙ୍କ ସହ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜୁମ୍ ମିଟିଂ

75

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଆଜି ଭଦ୍ରକ ଆମ ପରିବାର ସଦସ୍ୟମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏଥିସହ କର୍ମୀମାନଙ୍କ ସୁଖଦୁଃଖରେ ସାମିଲ ହୋଇ ଆଗାମୀ ଦିନରେ ଭଦ୍ରକର ସଂଗଠନକୁ କିଭଳି ମଜବୁତ କରାଯାଇ ବିକାଶ ମୂଳକ କାର୍ଯ୍ୟକ୍ରମ ବ୍ୟାପକ ହେବ, ସେଥିପାଇଁ ଆହ୍ୱାନ ଦେଇଥିଲେ । ଆମ ପରିବାର ଓଡ଼ିଶାର ରାଜ୍ୟ ଆବାହକ ଜୀବନ ସାହୁଙ୍କ ସଂଯୋଜନାରେ ପରିଚାଳିତ ଏହି ଜୁମ୍ ମିଟିଂରେ ରାଜ୍ୟ ଆବାହକ ନିକୁଞ୍ଜ ପଟ୍ଟନାୟକ, ସଂଯୋଜକ ନିଶିକାନ୍ତ ନାୟକ, ଅଜିତା ଫାଉଣ୍ଡେସନର ମୌସୁମୀ ମହାପାତ୍ରଙ୍କ ସମେତ ରାଜ୍ୟ ଜନସଂଖ୍ୟା ଫାଉଣ୍ଡେସନର ଉପସଭାପତି ପ୍ରଭାତ କୁମାର ଜେନା, ରାଜୀବ ମହାନ୍ତି, ଅଶୋକ ସାହୁ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ପୂର୍ବତନ ଜିଲା ବିଜେପି ସଭାପତି ଅକ୍ଷୟ ସାହୁ, ମିତାସ୍ମିତା ବଳ, ଜୀବନାନନ୍ଦ ପାଢୀ, ଉର୍ମିଳା ସାହୁ, ସତ୍ୟବ୍ରତ ଦାସ, ସନ୍ତୋଷ ସାହୁ, ମମତା ପ୍ରିୟଦର୍ଶିନୀ, ଚନ୍ଦନ ମହାପାତ୍ର, ଚନ୍ଦ୍ରମୋହନ ମହାପାତ୍ର, ନାରାୟଣ ମହାରଣା, ପୂର୍ଣ୍ଣଚନ୍ଦ୍ର ସାମଲ, ସନାତନ ପଣ୍ଡା, ବିଶ୍ୱକେଶରୀ ମହାନ୍ତି, ଭିକି ମହାନ୍ତି, ରିତେଶ ତ୍ରିପାଠୀ, ଚିନ୍ମୟ ସେନାପତି, ସଂଜୟ ଦାସ, ଅଶୋକ ଦାସ, ପ୍ରଦୀପ ମହାନ୍ତି, ମଧୁସ୍ମିତା ଜେନା, ଦୀପକ କୁମାର ବେହୁରା ପ୍ରମୁଖ ବହୁ ଜିଲା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.