Home ଜିଲ୍ଲା ପରିକ୍ରମା ଭଦ୍ରକ ଆଇନ୍ ମହାବିଦ୍ୟାଳୟର ୭୯ତମ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ ଆଇନ୍ ମହାବିଦ୍ୟାଳୟର ୭୯ତମ ସ୍ୱାଧୀନତା ଦିବସ ପାଳିତ

15

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଇନ୍ ମହାବିଦ୍ୟାଳୟ ପରିସରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟ ଦେଶକୁ ସ୍ୱାଧୀନତା ଦେଇଥିବା ତଥା ପ୍ରାଣବଳୀ ଦେଇଥିବା ଶହୀଦ ଯ ବାନ ତଥା ସ୍ୱାଧୀନତା ଆଣିବାରେ ବ୍ରତୀ ହୋଇଥିବା ନେତୃବୃନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱାଧୀନତା ଆଣିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷମାନଙ୍କ ପାଇଁ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛୁ ବୋଲି ଅବଗତ କରାଇଥିଲେ। ଆଇନ୍ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ବେହେରା, ପ୍ରିୟଦର୍ଶୀ ରାୟ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଏହି ସ୍ୱାଧୀନତା ଦିବସ ଉତ୍ସବରେ ମହାବିଦ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ସୁଶାନ୍ତ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ବଳବନ୍ତରାୟ, ରଜତ କୁମାର ସ୍ୱାଇଁ, ଅବିନାଶ ଆଚାର୍ଯ୍ୟ, ପଦ୍ମଲୋଚନ ବାରିକ, ନିମାଇଁ ଚରଣ ଜେନା, ସର୍ବେଶ୍ୱର ନାଥ, ପ୍ରକାଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.