Home ଜିଲ୍ଲା ପରିକ୍ରମା ଭଦ୍ରକାଳୀ ଡିଭାଇନ ଓ ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ନବ ନିର୍ବାଚିତ ଡିଷ୍ଟ୍ରିଟ୍ ଗଭର୍ଣ୍ଣରଙ୍କୁ ଭବ୍ୟ...

ଭଦ୍ରକାଳୀ ଡିଭାଇନ ଓ ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ନବ ନିର୍ବାଚିତ ଡିଷ୍ଟ୍ରିଟ୍ ଗଭର୍ଣ୍ଣରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

32

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକାଳୀ ଡିଭାଇନ ଓ ଭଦ୍ରକ ଲାୟନ୍ସ କ୍ଲବ୍‌ର ମିଳିତ ସହଯୋଗରେ ସଂସ୍କୃତି ଭବନ ଠାରେ ନବ ନିର୍ବାଚିତ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ମମତା ଦାସ, ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର-୧ ବିକାଶ ନାୟକ, ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର-୨ଅଶୋକ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବ୍‌ର ସଭାପତି ପଦ୍ମନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଏହାପରେ ପାଷ୍ଟ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ପ୍ରକାଶ କୁମାର ଜେନା ସଭା ସଂଚାଳନା କରିଥିବାବେଳେ ଲାୟନ ଗୋବିନ୍ଦ ପ୍ରସାଦ ମୋର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ବିଶ୍ୱ ଶାନ୍ତି ଉଦ୍ଦେଶ୍ୟରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଂପାଦକ ବୈଲୋଚନ ବେହୁରିଆଙ୍କ ସଂପାଦକୀୟ ବିବରଣୀ ପରେ ରିଜର୍ଭ ଚେୟାର ପର୍ସନ ପ୍ରଭାତ କୁମାର ଧଳ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବ୍‌, ଭଦ୍ରକ ଲାୟନ୍ସ କ୍ଲବ୍‌, ଭଦ୍ରକ ରୋଟାରୀ କ୍ଲବ୍‌, ଲାୟନ୍ସ କ୍ଲବ୍ ଯାଜପୁର ଟାଉନ୍‌, ଉମଙ୍ଗ ଏନ୍ ପାୱାର ଲାୟନ୍ସ କ୍ଲବ୍ ବାଲେଶ୍ୱର, କଟକ ପ୍ଲାଟିନିୟମ୍ ଲାୟନ୍ସ କ୍ଲବ୍‌, ଭେଲଭେଟ୍ ଲାୟନ୍ସ କ୍ଲବ୍‌, ଭଦ୍ରକ ସାମ୍ବାଦିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲାୟନ୍ସ ପର୍ଶୁରାମ ଦ୍ୱିବେଦୀ ଓ ଉପସଭାପତି ସନ୍ତୋଷ କୁମାର ପତି, ରୋଟାରିଆନ ଅମ୍ବିକା ସ୍ୱାଇଁ, ସମାଜସେବୀ ଅଜୟ ନାୟକ, ସୁଧାକର ରାଉତ, ସାମ୍ବାଦିକ ପ୍ରମୋଦ ରାୟ, ଅବିନାଶ ପଣ୍ଡା, ରୂପକ ରାୟ, ରାଜେଶ ଦାସ, ପାର୍ଥସାରଥୀ ନାୟକ, ସଂଜୀବ ନାୟକ, ସଂଜୟ ଦାସ, ଜଗନ୍ନାଥ ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ନବ ନିର୍ବାଚିତ ୩ ଜଣ ପଦାଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏବଂ ଭଦ୍ରକାଳୀ ଡିଭାଇନ୍ ଓ ଭଦ୍ରକ ଲାୟନ୍ସ କ୍ଲବ୍ ପକ୍ଷରୁ ସେମାନଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ଫଳକ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତରରେ ନିର୍ବାଚିତ ନିର୍ବାଚିତ ଡିଷ୍ଟ୍ରିଟ୍ ଗଭର୍ଣ୍ଣର ମମତା ଦାସ, ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର-୧ ବିକାଶ ନାୟକ, ଭାଇସ୍ ଡିଷ୍ଟ୍ରିଟ୍ ଗଭର୍ଣ୍ଣର-୨ଅଶୋକ ମହାନ୍ତି ଲାୟନ୍ସ କ୍ଲବ୍‌ର ଜନହିତକର କାର୍ଯ୍ୟର ବିସ୍ତୃତ ରିପୋର୍ଟ ପ୍ରଦାନ ପୂର୍ବକ ଏହା ବିଶ୍ୱ ଶାନ୍ତି ଓ ସମାଜସେବା ଦିଗରେ ଯେଉଁ କାର୍ଯ୍ୟମାନ କରିଆସୁଛି, ତାହା ସୂଚାଇ ଆଗାମୀ ଦିନରେ ସେମାନେ ଲାୟନ୍ସ ଡିଷ୍ଟ୍ରିଟ୍ ଅଧୀନରେ ଥିବା ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲେ। ଏବଂ ନିର୍ବାଚିତ ଲାୟନ୍ସ ଶ୍ରୀ ମହାନ୍ତିଙ୍କ ଉଦ୍ୟମରେ ଭଦ୍ରକରେ ସ୍ଥାପିତ ଟ୍ରାଫିକ୍ ପୋଷ୍ଟ ଓ ନିର୍ମାଣ ହେବାକୁ ଥିବା ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦ୍‌ଘାଟନକୁ ସମସ୍ତେ ପ୍ରଶଂସା କରିଥିଲେ। ଶେଷରେ ଶୁଭ୍ରକାଶ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.