Home ଜିଲ୍ଲା ପରିକ୍ରମା ଭଦ୍ରକାଳୀ ଡ଼ିଭାଇନ ଲାୟନ୍ସ କ୍ଲବର ୧୪ତମ ଅଧିଷ୍ଠାନ ଉତ୍ସବ

ଭଦ୍ରକାଳୀ ଡ଼ିଭାଇନ ଲାୟନ୍ସ କ୍ଲବର ୧୪ତମ ଅଧିଷ୍ଠାନ ଉତ୍ସବ

5
filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: null; delta:null; bokeh:0; module: photo;hw-remosaic: false;touch: (-1.0, -1.0);sceneMode: 4194304;cct_value: 0;AI_Scene: (-1, -1);aec_lux: 237.0;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 29;

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସଂସ୍କୃତି ଭବନପରିସରେରେ ଭଦ୍ରକାଳୀ ଡିଭାଇନ ଲାୟନ୍ସ କ୍ଲବର ୧୪ତମ ଅଧିଷ୍ଠାନ ଉତ୍ସବ ପାଳିତ ହୋଇଛି । ଉକ୍ତ ଉତ୍ସବରେ ଲାୟନ ସନ୍ତୋଷ କୁମାର ପତି ସଭାପତି ଆସନ ଅଳଙ୍କୃତ କରିଥିଲେ । ଲାୟନ ବୈଲୋଚନ ବେହୁରିଆ ସଂପାଦକ ଓ ଲାୟନ ପ୍ରଦୀପ ସାବତ କୋଷାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୫-୨୬ ବର୍ଷ ପାଇଁ ସନ୍ତୋଷ କୁମାର ପତିଙ୍କ ନେତୃତ୍ୱାଧୀନ କାର୍ଯ୍ୟବାହିକାମାନଙ୍କୁ ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଲାୟନ ପ୍ରକାଶ ଜେନା ଶପଥ ପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଲାୟନ ଜିଲ୍ଲା ଗଭର୍ଣ୍ଣର ପ୍ରଭାତ ମହାନ୍ତି ଓ ତାଙ୍କର ଧର୍ମପତ୍ନୀ ସୁଜାତା ମହାନ୍ତି ଯୋଗଦାନ କରି ସଭାମଣ୍ଡନ କରିଥିଲେ । ଲାୟନ ପ୍ରଭାତ ମହାନ୍ତି ସମାଜ ଉପଯୋଗୀ ଆବଶ୍ୟକତାକୁ ଲକ୍ଷ୍ୟ ରଖି ସେବାକାର୍ଯ୍ୟକୁ ଲୋକାଭିମୁଖୀ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଜିଲ୍ଲାର ଦ୍ୱିତୀୟ ଭାଇସ ଗଭର୍ଣ୍ଣର ଲାୟନ ଅଶୋକ ମହାନ୍ତି ଲାୟନ୍ସ କ୍ଲବ ଭଦ୍ରକାଳୀ ଡିଭାଇନରେ ଯୋଗ ଦେଇଥିବା ଏଗାର ଜଣ ସଦସ୍ୟଙ୍କୁ ଶପଥପାଠ ପୂର୍ବକ ଲାୟନ ପରିବାରଭୂ୍କ୍‌ତ କରାଇଥିଲେ । ଲାୟନ ପଦ୍ମନ ରାୟଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଚେୟାରମ୍ୟାନ ଲାୟନ ପ୍ରଭାତ ଧଳ ଓ ଜଏନ ଚେୟରମ୍ୟାନ ଲାୟନ ନିରଞ୍ଜନ ଲାଲ ଗୁପ୍ତା ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଲାୟନ ସତ୍ୟେନ୍ଦୁ ରାୟ ମହାପାତ୍ର ସଭା ପରିଚାଳନା କରିଥିଲେ । ଲାୟନ ଗୀତାଞ୍ଜଳି ଦ୍ୱିବେଦୀ ଲାୟନ ଅମର ମହାନ୍ତି ଓ ଲାୟନ ତିଳୋତ୍ତମା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଲାୟନ ବୈଲୋଚନ ବେହୁରିଆ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଲାୟନ ପ୍ରଦୀପ ସାବତ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାୟନ ପ୍ରମୋଦ ରାୟ,ନାରାୟଣ ମିଶ୍ର, ଲାୟନ ରାଜେନ୍ଦ୍ର ପଣ୍ଡା, ଲାୟନ ଅକ୍ଷୟ ଘଡ଼ାଇ, ଲାୟନ ମନୋଜ ନାୟକ, ଲାୟନ କବିତା ପତି, ଲାୟନ ବର୍ଷା ମଙ୍ଗଳ ସନ୍ଧ୍ୟା, ଲାୟନ ସୁରଥ ବଳ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.