Home ଜିଲ୍ଲା ପରିକ୍ରମା ଭଦ୍ରକର ସର୍ବାଙ୍ଗୀନ ବିକାଶ ନିତ୍ୟାନ୍ତ ଜରୁରୀ”, ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଉଚିତ,ଭଦ୍ରକ ସାଂସ୍କୃତିକ ମହୋତ୍ସବର...

ଭଦ୍ରକର ସର୍ବାଙ୍ଗୀନ ବିକାଶ ନିତ୍ୟାନ୍ତ ଜରୁରୀ”, ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଉଚିତ,ଭଦ୍ରକ ସାଂସ୍କୃତିକ ମହୋତ୍ସବର ଷଷ୍ଠ ସନ୍ଧ୍ୟା

3

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମା’ ଭଦ୍ରକାଳୀଙ୍କ ନାମରେ ନାମିତ ଭଦ୍ରକ ଭୂମିରେ ବହୁ ଧର୍ମ ପ୍ରଚାରକ,ସନ୍ଥ, ମହାପୁରୁଷ, ମନୀଷୀ, ରାଜନେତା ପଦାର୍ପଣ କରିଥିବା ବେଳେ ଏହି ପବିତ୍ର ଭୂମି ସ୍ୱାଧୀନତା ସଂଗ୍ରାମ, ଧର୍ମୀୟଧାରା, ସାହିତ୍ୟ,କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ନୌବାଣିଜ୍ୟ, ବିଜ୍ଞାନ ଆଦି କ୍ଷେତ୍ରରେ ଐତିହାସିକ ପଦଚିହ୍ନ ରଖିଯାଇଛି। କିନ୍ତୁ ୧୯୯୩ ମସିହାରୁ ଭଦ୍ରକ ଉପଖଣ୍ଡ ଜିଲ୍ଲାର ମାନ୍ୟତା ପାଇଥିଲେବି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ଶିଳ୍ପ, ସଡ଼କ ପରିବହନ ଆଦି ବହୁ କ୍ଷେତ୍ରରେ ଭଦ୍ରକର ଆଖି ଦୃଶିଆ ବିକାଶ ହୋଇ ନାହିଁ ।ଏଣୁ ଭଦ୍ରକର ସର୍ବାଙ୍ଗୀନ ବିକାଶ ହେବା ସହିତ ସ୍ୱଦେଶୀ ଜିନିଷ ତିଆରି କରି ବ୍ୟବହାର କରିବା ଉଚିତ ବୋଲି ସଂଜୀବ କିଆ ପ୍ରାୟୋଜିତ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଆନୁକୁଲ୍ୟରେ ଭଦ୍ରକ ସହରର ଗାନ୍ଧି ପଡ଼ିଆଠାରେ ଅନୁଷ୍ଠିତ ଦଶମ ଭଦ୍ରକ ସାଂସ୍କୃତିକ ମହୋତ୍ସବରେ ଗତକାଲି ବୁଧବାର ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଦଶମ ସଂନ୍ଧ୍ୟାକୁ ଭଦ୍ରକର ଟାଉନ ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମହୋତ୍ସବ କମିଟି ର ସଭାପତି ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ନାସିର ବକ୍ସ,ବିଶିଷ୍ଟ ଅତିଥି ଭାବେ ବଜରଙ୍ଗଦଳ ର ପୂର୍ବତନ ରାଜ୍ୟ ସଭାପତି ମାନସ କୁମାର ମହାନ୍ତି, ଦଳିତ ସେଲ ର ରାଜ୍ୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । କବୟତ୍ରୀ ଦମୟନ୍ତୀ ରାଉତ ମଂଚ ଆମନ୍ତ୍ରଣ, ଯୁଗ୍ମ ସମ୍ପାଦିକା ସଂଯୁକ୍ତା ବଳ ନାୟକ ଅତିଥି ପରିଚୟ ପ୍ରଦାନ, ଉପଦେଷ୍ଟା ସଂଯୁକ୍ତା ଯାଦବ ବେଦ ପାଠ କରିଥିବା ବେଳେ ଉପଦେଷ୍ଟା ଶାନ୍ତିଲତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ସୁପ୍ରଭା ପାଣି, ଉପସଭାପତି ମନୋରମା ରାୟ, ଚୈତାଳୀ ଖିଲାର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଆଶିଷ ଅମିତାଭ ମହାପାତ୍ର, କୋଷାଧକ୍ଷ ପ୍ରିୟ ଦର୍ଶନ ବୋଇତି, ଉପଦେଷ୍ଟା ସ୍ମୃତି ରଞ୍ଜନ ସାହୁ, ଡ଼.ହରିହର ନାୟକ, ତପନ ସ୍ୱାଇଁ,ଉମା କଲ୍ୟାଣ ମହାପାତ୍ର, ପ୍ରଭାତ କୁମାର ଦାଶ, ଅବିନାଶ ପଣ୍ଡା, ରାଜେଶ ଦାସ,ଅଜୟ ପଣ୍ଡା, ଶୁଭଦ୍ୱୀପ ମଲ୍ଲିକ, ଓମ କାର, ଜଗନ୍ନାଥ ବେହେରା, ଜୟ ଜଗନ୍ନାଥ ମଲ୍ଲିକ,ସୀତାକାନ୍ତ ବିଶ୍ୱାଳ,କମଳଲୋଚନ ପଣ୍ଡା , ଜି ଶିବ ଶଙ୍କର, ତେଜସ୍ୱିନୀ ଦାସ, ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମୟୁର ଡ୍ୟାନ୍ସ ଗ୍ରୁପ, ଭଦ୍ରକ କଲଚରାଲ ଡ୍ୟାନ୍ସ ଗ୍ରୁପ ଓ ବାଲେଶ୍ୱର ର ସାଇ ସମ୍ରାଟ ମେଲୋଡି ପରିବେଷଣ ହୋଇଥିଲା ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ, ସେକ ନିଜାମ, ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ପ୍ରମୁଖ ସୁନ୍ଦର ସଙ୍ଗୀତ ଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.