Home ଜିଲ୍ଲା ପରିକ୍ରମା ଭଦ୍ରକର ଶାଶ୍ୱତ ହୋଟେଲରେ ଚଢାଉ, ୩ ଦେହଜୀବୀଙ୍କ ସହ ୨ ଯୁବକ ଅଟକ

ଭଦ୍ରକର ଶାଶ୍ୱତ ହୋଟେଲରେ ଚଢାଉ, ୩ ଦେହଜୀବୀଙ୍କ ସହ ୨ ଯୁବକ ଅଟକ

63

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ବାଇପାସ୍‌ସ୍ଥିତ ଏକ ଘରୋଇ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବାବେଳେ ସହରାଞ୍ଚଳ ଥାନା ପୁଲିସ୍ ଚଢାଉ କରି ୨ ଜଣ ଯୁବକଙ୍କ ସମେତ ୩ ଜଣ ଦେହଜୀବୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏଠାରେ ସୂଚନାଯୋଗ୍ୟ ଦୀର୍ଘଦିନ ଧରି ଏହି ଘରୋଇ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୁଲିସ୍ ପାଖରେ ଅଭିଯୋଗ ହୋଇଥିଲା । ଆଜି ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ୍ ଥାନାଧିକାରୀ ସଦଳବଳେ ଚଢାଉ କରି ବାଇପାସ୍‌ସ୍ଥିତ ଶାଶ୍ୱତ ହୋଟେଲରୁ ୨ ଜଣ ଗ୍ରାହକଙ୍କ ସମେତ ୩ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରି ଅଟକ ରଖିଛନ୍ତି । କାଗଜପତ୍ର ଯାଞ୍ଚ ପରେ ଏହି ଦେହ ବ୍ୟବସାୟ ନେଇ ସ୍ପଷ୍ଟ ହୋଇଥିଲା । ଏହି ୩ ଜଣ ଦେହଜୀବଙ୍କ ମଧ୍ୟରୁ ଦୁଇଜଣ ବଙ୍ଗୀୟ ଯୁବତୀ ହୋଇଥିବା ନେଇ ପୁଲିସ୍ ସ୍ପଷ୍ଟ କରିଛି । ତେବେ ସହରାଞ୍ଚଳ ଥାନା ପୁଲିସ୍ ସଂପୃକ୍ତ ହୋଟେଲ ମାଲିକଙ୍କୁ ଅଟକ ରଖିବା ସହ ୨ ଜଣ ଗ୍ରାହକ ଓ ୩ ଜଣ ଦେହଜୀବୀଙ୍କୁ ଟାଉନ୍ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.