ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ନଳିନୀକାନ୍ତ ମହାନ୍ତି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତି ରାଜ୍ୟ ଯୁବ ସମନ୍ୱୟ କମିଟି ର ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ହୋଇଛନ୍ତି । ତାଙ୍କ ନିଯୁକ୍ତି କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଭଦ୍ରକ ଜିଲ୍ଲା କଂଗ୍ରେସ କର୍ମୀ ମହଲରେ ଖୁସି ର ଲହରୀ ଖେଳିଯାଇଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରକାଶିତ ଏକ ଆଠ ଜଣିଆ ରାଜ୍ୟ କମିଟିରେ ନଳିନୀ କାନ୍ତ ମହାନ୍ତି ଙ୍କୁ ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତି ହୋଇଥିବାରୁ ଏଥି ନେଇ ଶ୍ରୀ ମହାନ୍ତି ଅଖିଳ ଭାରତ କଂଗ୍ରେସ କମିଟି ର ସଭାପତି ମଲ୍ଲିକାର୍ଜୁନ ଖଡଗେ ଜୀ, ବିରୋଧି ଦଳର ନେତା ରାହୁଲ ଗାନ୍ଧିଜୀ, ଅଖିଳ ଭାରତ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ରାଜ୍ୟର ଯୁବ ଗୋଷ୍ଠୀ ମାନଙ୍କୁ କଂଗ୍ରେସ ଦଳର ନୀତି ଆଦର୍ଶ ପ୍ରତି ଆକୃଷ୍ଟ କରିବା ସହ ଦଳରେ ସାମିଲ କରି କଂଗ୍ରେସ ଦଳକୁ ରାଜ୍ୟର ଶକ୍ତିଶାଳୀ କରିବାକୁ ଶ୍ରୀ ମହାନ୍ତି ପ୍ରେସ ବିବୃତିରେ ଜଣାଇଛନ୍ତି ।
Home ଜିଲ୍ଲା ପରିକ୍ରମା ଭଦ୍ରକର ଯୁବ ନେତା ନଳିନୀକାନ୍ତ ମହାନ୍ତି ହେଲେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଯୁବ ସମ୍ୱନୟ...







