ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେ ମାଟି, ପାର୍ଟି ଓ ମଣିଷଙ୍କୁ ହୃଦୟରୁ ଭଲ ପାଉଥିଲେ। ବନ୍ୟା ପ୍ଲାବିତ ଧାମନଗର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ପ୍ରଗତି ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ ତ୍ତ୍ୱ ଓ ଅନେକ ବିକାଶମୂଳକ କାର୍ଯ୍ୟ କରିବାରେ ସକ୍ଷମ ହୋଇଥିଲେ । ପ୍ରାକ୍ତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସେ ଏକାନ୍ତ ଅନୁଗତ ରହି ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଜଣେ ଦକ୍ଷ ରାଜନେତା ଭାବେ ନୁହେଁ ବରଂ ଜଣେ ଜନ ହୃଦୟର ଜନପ୍ରିୟ ରାଜନେତା ଥିଲେ ବୋଲି ଅତିଥି ମାନେ ସ୍ମୃତିଚାରଣ କରି ବକ୍ତବ୍ୟରେ କହିଛନ୍ତି । ଆଜି ହୃଦାନନ୍ଦ ମଲ୍ଲିକ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଭଦ୍ରକ ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରାକ୍ତନ ଧାମନଗର ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ୩୫ତମ ସ୍ମୃତିସଭା ସ୍ମୃତି ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି । ଶିକ୍ଷାବିତ ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ହୃଦାନନ୍ଦ ବାବୁ ଜଣେ ଦକ୍ଷ, ସଚ୍ଚୋଟ ରାଜନେତା ଭାବେ ପରିଚିତ ଥିଲେ ବୋଲି କହିବା ସହ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ନଚେତ ସେ ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ଜଳ ସମ୍ପଦ ବିଭାଗର ଜଣେ କ୍ୟାବିନେଟ ହୋଇଥାନ୍ତେ ବୋଲି ସେତେବେଳେ ଜୋରଦାର ଚର୍ଚ୍ଚା ହେଉଥିବା କଥା କହିଥିଲେ । ସେହି ଭଳି ପାଖରେ ପଇସା ନଥିବା ସତ୍ୱେ ସେ କୌଣସି ଦଳୀୟ ଲୋକ, ଅସହାୟତ ଜନତାଙ୍କୁ ସହାୟତା ଯୋଗାଇବାକୁ କୁଣ୍ଠାବୋଧ କରୁନଥିଲେ । ଆଜିର ରାଜନୀତିରେ ଛଳଣା ତାଙ୍କ ଠାରେ ଆଦୌ ନଥିଲା ଓ ସେ ନେବା ନୁହେଁ ଦେବା ପାଇଁ ସର୍ବଦା ଆଗଭର ହେଉଥିଲେ ବୋଲି ବହୁ ବକ୍ତା ସ୍ମୃତିଚାରଣ କରି କହିଥିଲେ । ସଭାରେ ଉପସ୍ଥିତ ପ୍ରାକ୍ତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଶ୍ରମିକନେତା ଦିବ୍ୟସିଂହ ନାୟକ, ଅଶୋକ ନାୟକ, ଡ.ରାଧାରଣୀ ମହାପାତ୍ର, ଅଶୋକ ବଳ, ପ୍ରଭାତ ଜେନା, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଡ.ଝରଣା ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ, ବିଶ୍ୱନାଥ ନାୟକ, ଦିଲିପ ନାୟକ, ହାଇକୋର୍ଟ ଆଇନଜୀବୀ ଦେବାଶିଷ ନାୟକ, ଶିକ୍ଷାବିତ ପ୍ରଭାତ ଜେନା, ଆଇନଜୀବୀ ଯତିକାନ୍ତ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ସେକ ଜଲାଲୁଦ୍ଦିନ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ସେଠୀ, ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, କ୍ଷୀରୋଦ ରାଉତ, ଯୁବନେତା ଉତ୍କଳକେଶରୀ ପରିଡା, ଲାଲା ସ୍ୱାଇଁ, ନାରୀନେତ୍ରୀ ବିଦ୍ୟୁତଲତା ନାୟକ, ଦେବୀଦତା ମହାନ୍ତି, ଦେବହୂତୀ ମହାପାତ୍ର, ରାଜଲକ୍ଷ୍ମୀ ମହାପାତ୍ର, ଆଇନଜୀବୀ ରାଧା ଦାସ, ବୈଲୋଚନ ବେହୁରିଆ, ରବିନ୍ଦ୍ର ବେହୁରିଆ, ପ୍ରଭାତ ଜେନା, ଯୁବନେତା ସୂର୍ଯ୍ୟକୁମାର ଦାସ,ଆଇନଜୀବୀ ଅତିସ ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଏହି ସ୍ମୃତିସଭାରେ ସ୍ୱର୍ଗତ ମଲ୍ଲିକଙ୍କ ପୁତ୍ର ତଥା ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ ତଥା ପୌତ୍ର “ସକାଳ’ ର ପ୍ରକାଶକ ଅମିତ ମଲ୍ଲିକ ଯୋଗଦାନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।