Home ଜିଲ୍ଲା ପରିକ୍ରମା ଭଦ୍ରକର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ, ବାଗୁରାଇ ଦୋଳମଣ୍ଡପର ସୁସଜ୍ଜିତ ବିମାନ ଓ ଭଳିକି...

ଭଦ୍ରକର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ, ବାଗୁରାଇ ଦୋଳମଣ୍ଡପର ସୁସଜ୍ଜିତ ବିମାନ ଓ ଭଳିକି ଭଳି ବାଜାରୋଷଣି ଦର୍ଶକଙ୍କ ମନ ମୋହିଲା

59

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କରୋନା କଟକଣା ମଧ୍ଯରେ ପବିତ୍ର ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ବଳଭଦ୍ରପୁର, କୁଆଁସ, ସାହାପୁର, ସନ୍ଥିଆ-ନୀଳକଣ୍ଠପୁର, କାଉପୁର, ରାନ୍ଦିଆ, ବାଗୁରାଇ, ଚରନ୍ଦା, ଅର୍ଣ୍ଣପାଳ ସମେତ ୭ଟି ବ୍ଲକ୍ର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣଙ୍କର ଯୁଗଳମୂର୍ର୍ତ୍ତି ବିମାନରେ ସଜ୍ଜିତ ହୋଇ ସ୍ଥାନୀୟ ଅଂଚଳ ପରିଭ୍ରମଣ କରିଥିଲା। ସମସ୍ତ ଶ୍ରଦ୍ଧାଳୁମାନେ ଏଥର ରଙ୍ଗ ପରିବରେ୍ ଅଭିରକୁ କରୋନା କଟକଣା ପାଇଁ ପ୍ରାଧାନ୍ୟ ଦେଇଥିଲେ। ଭଦ୍ରକ କଲେଇ ପଂଚାୟତର ବଳଭଦ୍ରପୁରସ୍ଥିତ ରାଧାମାଧବଙ୍କ ଏହି ଦୋଳ ମେଳଣ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଅନୁରୂପ ସହରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଭଦ୍ରକ ଶାଖା ପକ୍ଷରୁ ଏହି ଉତ୍ସବ ବେଶ୍ ଶୃଙ୍ଖଳାର ସହ ସମାପନ ହୋଇଛି। ସଂଘର କାର୍ଯ୍ୟକର୍ତ୍ତା ଓ ସ୍ବୟଂ ସେବକମାନେ ପରସ୍ପରକୁ ଅଭିର ବୋଳି ଶୁଭେଚ୍ଛା ଜଣାଇଥିଲେ।

ସେହିଭଳି କୁଆଁସସ୍ଥିତ ସାଧନାପୀଠରେ ଏହି ହୋଲି ଉତ୍ସବକୁ ନିରାଡମ୍ବର ସହ ମନାଇଥିଲେ। ବାଗୁରାଇ ସାର୍ବଜନୀନ ଦୋଳମଣ୍ଡପର ହୋଲି ଉତ୍ସବ ଚଳିତବର୍ଷ ସବୁଠାରୁ ନିଆରା ଥିଲା। ସେଠାରେ ଦୁଇଦିନ ଧରି ଭଜନ ଓ ଆଧୁନିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଯାହା ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ବିମାନ ଗୁଡିକ ରାତି ୧୨ ଘଟିକା ଠାରୁ ଆରମ୍ଭ କରି ସକାଳ ୮ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ଭଳିକି ଭଳି ବାଜା ରୋଷଣି ଓ ସାଜ୍ଜସଜ୍ଜା ସହ ଝୁଲି ଝୁଲି ଆସି ବାଗୁରାଇ ଦୋଳମଣ୍ଡପରେ ପହôଥିଲେ। ଏହି ଉତ୍ସବକୁ ଓ ଠାକୁରଙ୍କ ସହ ରଙ୍ଗ ଖେଳିବାକୁ ସହରାଳ ଓ ଗ୍ରାମାଳରୁ ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣରେ ସେଠାରେ ପହôଥିଲେ। ତେବେ ବାଗୁରାଇ ଦୋଳ ମଣ୍ଡପ ମେଳଣ ପଡିଆଟି ସେଦିନ ଜନସମୁଦ୍ର ପାଲଟି ଯାଇଥିଲା। ଏବଂ ଠାକୁରଙ୍କ ସୁସଜ୍ଜିତ ବିମାନ ଓ ବାଜା ରୋଷଣିର ତାଳେ ତାଳେ ଦର୍ଶକମାନେ ମତୁଆଲା ହୋଇଥିଲେ। ଶେଷରେ ସମସ୍ତ ବିମାନ ମଣ୍ଡପରେ ପହôସାରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣ ଠାକୁରଙ୍କ ଉପରେ ଅଭିର ପକାଇ ରଙ୍ଗ ଖେଳିବା ସହ ଆଶୀର୍ବାଦ ଲାଭ କରିଥିଲେ। ଏବଂ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ମନ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ସ୍ବାଧୀନ ଚେୟାରମେନ୍ ପ୍ରାର୍ଥିନୀ ଗୁଲମକୀ ହବିବ୍ ସେଠାରେ ପହଞ୍ଚି ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.